ଚାନ୍ଦିଲି ଦୈନିକ ବଜାରରେ ନିମ୍ନମାନର କଂକ୍ରିଟ କାମ କରାଯାଉଥିବା ଅଭିଯୋଗ

162

କୋଟପାଡ଼ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଚାନ୍ଦିଲି ଗ୍ରାମ ପଞ୍ଚାୟତର ଚାନ୍ଦିଲି ଗ୍ରାମର ଦୈନିକ ବଜାରରେରେ ଅତି ନିମ୍ନମାନର କଂକ୍ରିଟ କାମ ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖବରରୁ ଜଣାପଡିଛି ଯେ ପଞ୍ଚାୟତରେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାମ ପଞ୍ଚାୟତ ଦ୍ୱାରା କରାଯାଉଥିବା ବେଳେ ବୁଧବାର ଦିନ ଦୈନିକ ବଜାରରେ ନିମ୍ନମାନର ସିମେଣ୍ଟ ଗୋଡି କାମ କରାଯାଉଥିବା ଗ୍ରାମବାସୀମାନେ ଦେଖି ଅଭିଯୋଗ କରିଥିଲେ । ଏହାକୁ ନେଇ ପିଇଓଙ୍କୁ ଯୋଗାଯୋଗ କରାଯାଇଥିଲା । ପିଇଓ କହିବା ଅନୁଯାୟୀ ମୁଁ ନୁଆରେ ଦାୟିତ୍ୱ ନେଇଛି, ଏ ବିଷୟରେ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ପଚାରି ବୁଝିବାକୁ କହିଥିଲେ । ଯନ୍ତ୍ରୀଙ୍କୁ ଏ ବିଷୟରେ ବୁଝିବାକୁ ପ୍ରୟାସ କରାଯାଇଥିଲେ ହେଁ, ସମ୍ପର୍କସ୍ଥାପିତ ହୋଇପାରିନଥିଲା । କୋଟପାଡ଼ ଅଞ୍ଚଳରେ ଅନେକ ବିକାଶମୂଳକ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ କୌଣସି କାମର ତଦାରଖ ଠିକ ଭାବେ କରାଯାଉ ନ ଥିବା ଅଭିଯୋଗ ହେଉଛି । ଏହିଭଳି ଭାବେ ବିଭିନ୍ନ ପ୍ରକଳ୍ପ କାମ ହେଉଥିଲେ ସୁଦ୍ଧା ନା କାର୍ଯ୍ୟ ସ୍ଥଳରେ ଯନ୍ତ୍ରୀ ଯାଉଛନ୍ତି, ନା କୌଣସି ଲୋକପ୍ରତିନିଧି ନା ଠିକାଦାର । ସମସ୍ତ କାର୍ଯ୍ୟ ମଜୁରିଆମାନେ ତାଙ୍କ ମନ ଇଚ୍ଛା କରୁଥିବା ଅଭିଯୋଗ ହେଉଥିବା ବେଳେ ଟିକସଦାତାଙ୍କ ଅର୍ଥକୁ ଅପବ୍ୟବହାର କରାଯାଉଥିବା ଭଳି ପ୍ରତୀତ ହେଉଛି । ଏଭଳି ପରିସ୍ଥିତିରେ କୋଟପାଡ଼ ବ୍ଲକ ଉନ୍ନୟନ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.