ସାଲେପୁର : ସାଲେପୁର ସାମ୍ବାଦିକ ସଙ୍ଘ ପକ୍ଷରୁ ସାଲେପୁର କଲେଜ ରୋଡଠାରେ ଥିବା କାର୍ଯ୍ୟାଳୟ ପ୍ରାଙ୍ଗଣରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଅଭୟ ଜେନା ଜାତୀୟ ପତାକାଉତ୍ତୋଳନ କରିଥିଲେ ।

ଆୟୋଜିତ ସ୍ବାଧୀନତା ଦିବସ ଉତ୍ସଵରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଆତ୍ମାର ସଭାପତି ଦିଲ୍ଲୀପ ଦାଶ ଉପାଧ୍ୟକ୍ଷ ରମେଶ ଜେନା ଯୋଗ ଦେଇ ସ୍ୱାଧୀନତା ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ବିଧାୟକ ବେହେରା କହିଥିଲେ ଯେ ରାଜ୍ୟ ତଥା ଅଂଚଳର ବିକାଶ ଦିଗରେ ସାମ୍ବାଦିକ ମାନଙ୍କର ବିଶେଷ ଭୂମିକା ରହିଛି । ଏହି ସମସ୍ତ କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ବିସ୍ମିତ ଜେନା, ସାରଦା ପଣ୍ଡା, ତାରାକାନ୍ତ ନାୟକ, ମହେଶ୍ୱର ବେହେରା, ସୁବାଶିଷ ବସନ୍ତରାୟ, ବିନୟ ଦାଶ, ମନୋଜ ଆଚାର୍ଯ୍ୟ, ପ୍ରଦୀପ୍ତ ଶତପଥି, ରଞ୍ଜନ ଦାଶ, ସଂଯୁକ୍ତା ସାହୁ, ଅକ୍ଷୟ ଦାଶ, ତୁଷାର ଜ୍ୟୋତି ନାୟକ, ରଞ୍ଜନ ବାରିକ, ହେମନ୍ତ ଦାସ, ଅଭୟ ସାହୁ, ପୀତବାସ ରାଉତ, ଅଭିମନ୍ୟୁ ନାୟକ, ଅକ୍ଷୟ ଗୋଛୟତ, ଦିବାକର ରାଉତ, ଯୋଗେଶ୍ୱର ବିଶ୍ୱାଳ, ହରିହସାହୁ, ବାବୁଲି ବାରିକ, ତାପସ ଦାସ, ରବିନାରାୟଣ ପ୍ରଧାନ, ରାକେଶ ଭୂୟାଁ, ପତିତପାବନ ରାଉତ ଆଶୁତୋଷ ନନ୍ଦ, ଏସ କେ ରହିମୁଦିନ ପ୍ରମୁଖ ଯୋଗଦେଇ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରି ଥିଲେ । ସାଲେପୁର ସାମ୍ବାଦିକ ସଙ୍ଘ ପକ୍ଷରୁ ମାଛୁଆତି ଠାରେ ଥିବା ଜରାନିବାସରେ ବିସ୍କୁଟ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା ଓ ବୋଇଲ ସ୍ୱପ୍ନେସ୍ୱର ବାଳାଶ୍ରମରେ ସଙ୍ଘପକ୍ଷରୁ ପିଲାମାନଙ୍କୁ ବିସ୍କୁଟ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା।