ହିଞ୍ଜିଳିକାଟୁ : ୫-T ସଚିବ ଭି.କେ ପାଣ୍ଡିଆନ ରବିବାର ଦିନ ଦିନିକିଆ ହିଞ୍ଜିଳି ଗସ୍ତରେ ଆସି ହିଞ୍ଜିଳି ଅଞ୍ଚଳର ସମସ୍ତ ଉଚ୍ଚ ବିଦ୍ୟାଳୟରେ ନିର୍ମାଣ କରାଯାଉଥିବା ସ୍ମାର୍ଟକ୍ଲାସ ରୁମ ନିର୍ମାଣ ପ୍ରକ୍ରିୟାର ତଦାରଖ କରିଛନ୍ତି । ହିଞ୍ଜିଳି ପଞ୍ଚାୟତ ସମିତି ଅଧିନସ୍ଥ ୨୩ଟି ବିଦ୍ୟାଳୟରେ ନିର୍ମିତ ହେଉଥିବା ସ୍ମାର୍ଟକ୍ଲାସ ରୁମର ନିର୍ମାଣ ବ୍ୟବସ୍ଥା ତଦାରଖ ଏବଂ ସମୀକ୍ଷା କରିଥିଲେ । ସେହିପରି ପୌର ପରିଷଦ ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ । ନିର୍ମାଣ କାର୍ଯ୍ୟ ଦେଖି ସଚିବ ସନ୍ତୋଷ ବ୍ୟକ୍ତ କରିବା ସହ କମ ସମୟ ଅବଧିରେ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିଥିବାରୁ ଅଧିକାରୀ ମାନଙ୍କୁ ପ୍ରଶଂସା କରିଥିଲେ ।
ସଚିବଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ପୋଲିସ ଅଧିକ୍ଷକ ବ୍ରିଜେଶ ରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ, ହିଞ୍ଜିଳି ଥାନାଧିକାରୀ ଅଭିମନ୍ୟୁ ଦାଶ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଏନ. ରଘୁନାଥ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ପୋୖରାଞ୍ଚଳ ବିଜେଡି ସଭାପତି ଭୀମସେନ ବେହେରା, ପୂର୍ବତନ ଉପନଗରପାଳ ସୁବାଷ ଚନ୍ଦ୍ର ପୋଲାଇ, ପବିତ୍ର ମୋହନ ପାଣିଗ୍ରାହୀ, ବୃନ୍ଦାବନ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ, ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନୀଳମଣୀ ପଟ୍ଟନାୟକ, ଯୁବ ବିଜେଡି ନେତା ପ୍ୟାରୀ ମୋହନ ପାଢ଼ୀ, ପୂର୍ବତନ କାଉନସିଲର କିରଣ ପଟ୍ଟନାୟକ, ବିଜୁ ଛାତ୍ର ଜନତା ଦଳର ସଭାପତି ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ଥିଲେ ।