ଡ଼୍ରାଇଭରକୁ ନିଶା ଦେଇ ବ୍ୟାଙ୍କ ଗାଡିକୁ ଅପହରଣ

160

-୨୪ ଲକ୍ଷ ଲୁଟ୍
-ଗାଡ଼ିକୁ ଠାବ କଲା ପୋଲିସ, ଅଚେତ୍ ଅବସ୍ଥାରେ ଡ଼୍ରାଇଭର ଉଦ୍ଧାର

ଗଞ୍ଜାମ : ଏଟିଏମରେ ଟଙ୍କା ଭରିବାକୁ ନିୟୋଜିତ ଗାଡିକୁ ଅପହରଣ କରାଯାଇଛି । ଡ଼୍ରାଇଭରକୁ ନିଶା ଦେଇ ଗାଡିକୁ ଅପହରଣ କରାଯାଇଥିବା ଜଣାପଡିଛି । ତେବେ ଗାଡ଼ିଟିକୁ ପୋଲିସ ଠାବ କରିଥିବା ବେଳେ ଗାଡିରେ ନିଆଯାଉଥିବା ୨୪ ଲକ୍ଷ ଟଙ୍କା ଲୁଟ୍ ହୋଇଛି ।

ଆଜି ସକାଳେ ଏଟିଏମ୍ ରେ ଟଙ୍କା ଭରିବାକୁ ଏଜିଏସ ସଂସ୍ଥାର ଏହି ଗାଡିଟି ବାହାରିଥିଲା । ଗାଡ଼ିରେ ୨୬ ଲକ୍ଷ ଟଙ୍କା ନିଆଯାଉଥିଲା ଏବଂ ଡ଼୍ରାଇଭର ସମେତ ୪ ଜଣ କର୍ମଚାରୀ ଉପସ୍ଥିତ ଥିଲେ । ଗୋଟିଏ ଏଟିଏମରେ ୨ ଲକ୍ଷ ଟଙ୍କା ଲୋଡ୍ କରି ଗାଡ଼ିଟି ଅନ୍ୟ ଏଟିଏମ୍ କୁ ଯାଇଥିଲା । ୩ ଜଣ ଏଟିଏମ୍ ଭିତରକୁ ଯାଇଥିବା ବେଳେ ଗାଡ଼ିରେ ଡ଼୍ରାଇଭର ଥିଲେ । କିଛି ସମୟ ପରେ ଏଟିଏମ୍ ଆଗରେ ଡ଼୍ରାଇଭର କିମ୍ବା ଗାଡିକୁ ଖୋଜି ପାଇନଥିଲେ ଏହି ୩ କର୍ମଚାରୀ । ସେମାନେ ଏ ସମ୍ପର୍କରେ ନିକଟସ୍ଥ ଥାନାକୁ ଜଣାଇଥିଲେ । ପୋଲିସ ଗୋଳନ୍ଥରାରୁ ଗାଡିଟିକୁ ଠାବ କରିଥିଲା । ହେଲେ ସେତେବେଳକୁ ୨୪ ଲକ୍ଷ ଲୁଟ୍ କରି ଲୁଟେରା ଫେରାର୍ ହୋଇଯାଇଥିଲେ । ଗାଡ଼ିରୁ ଡ଼୍ରାଇଭରଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ଗୋଳନ୍ଥରା ପୋଲିସ ଏନେଇ ଅଧିକ ତଦନ୍ତ ଜାରୀ ରଖିଛି ।

Leave A Reply

Your email address will not be published.