ଗଜପତିରୁ ବିହାରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ନାବାଳକଙ୍କ ସମେତ ୩ ବିହାରୀ ଗିରଫ

157

-୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରୁ ବିହାରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଜଣେ ନାବାଳକଙ୍କ ସମେତ ୩ଜଣ ବିହାରୀ ଚୋରାଚାଲାଣକାରୀ ଗିରଫ ହୋଇଛନ୍ତି । ଏଥିରେ ପୋଲିସ ୮ଲକ୍ଷ ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇକୁ ଜବତ କରିଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ କଟାମା ଗ୍ରାମରୁ ବିହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଜଣେ ନାବାଳକଙ୍କ ସହ ୨ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ପୋଲିସ ୧୨୪କେଜି ୮୫୦ ଗ୍ରାମ ଗଞ୍ଜେଇକୁ ଜବତ କରିଛନ୍ତି । ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ସୂତ୍ରରୁ ପ୍ରକାଶ ଯେ, ଗତକାଲି ମୋହନା ଥାନା ଏସ୍‌ଆଇ ସୁନୀଲ ଦଳେଇ ଗଜପତି ଜିଲ୍ଲା କମଳାପୁର ନାକାଗେଟ ଠାରେ ସନ୍ଦେହରେ ଏକ ମିନିଭ୍ୟାନ ନମ୍ବର ଜେଏଚ୍ ୨୪ଏଫ୍ ୯୫୩୬କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ସେଥିରେ ୧୨୪କେଜି ୮୫୦ଗ୍ରାମ ଗଞ୍ଜେଇ ଠାବ ହୋଇଥିଲା ।

ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ନାବାଳକ ରହିଛନ୍ତି । ଏମାନେ ହେଲେ ଅରୁଣ କୁମାର ଯାଦବ ଓ ସନଜ କୁମାର ଚେରୁ ଏବଂ ଅନ୍ୟ ଜଣେ ନାବାଳକ । ସେମାନେ ଏହି ଗଞ୍ଜେଇକୁ ବିରାହ ରାଜ୍ୟକୁ ଚାଲାଣ କରୁଥିବାର ସ୍ୱୀକାର କରିଥିବା ସୂଚନା ମିଳିଛି । ଏନେଇ ମୋହନା ଥାନାରେ ୧୫୮/୨୧ରେ ଏନ୍‌ଡିପିସି ଆକ୍ଟ ଅନୁଯାଇ ଏକ ମାମଲା ରୁଜୁ ହୋଇ ଗିରଫ ୩ରୁ ନାବାଳକଙ୍କୁ ଛାଡି ଅନ୍ୟ ଦୁଇ ଜଣଙ୍କୁ ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଛି ।

Leave A Reply

Your email address will not be published.