ସାଲେପୁର /କିଶନନଗର : ଭଙ୍ଗା ଗଲା କଟକ ଜିଲ୍ଲାର କିଶନନଗରର ତହସିଲ ତଥା ସାଲେପୁର ବ୍ଲକ ଅନ୍ତର୍ଗତ ରଟିଲୋ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ତାର ପରିପାଟି । ସ୍ଥାନୀୟ ଜନସାଧରଣଙ୍କ ବହୁ ବିରୋଧ ଓ ଆଇନିଗତ ଲଢେଇ ପରେ ଆଜି ଶେଷରେ ମାନ୍ୟବର ଜାତୀୟ ସବୁଜ ଟ୍ରିବୁଲାନଙ୍କ ନିର୍ଦ୍ଦେଶକୁ ପାଳନ କରି ଜିଲ୍ଲା ପ୍ରଶାସନ ମନ୍ଦିର ଭାଙ୍ଗିଛି । ଟ୍ରିବୁନାଲଙ୍କ ନିର୍ଦେଶ ଅନୁଯାୟୀ ମହାନଦୀ ପଠାରେ ବେଆଇନ ଜବରଦଖଲ ଥାଇ ମନ୍ଦିର ନିର୍ମାଣ ହୋଇଥିବାରୁ ନଦୀ ପଠାରେ ବନ୍ୟାଜଳ ନିଷ୍କାସନ ପାଇଁ ଏହାକୁ ଭଙ୍ଗା ଯାଇଛି ।

ପୂର୍ବରୁ ପ୍ରଶାସନ ଏହାକୁ ଭାଙ୍ଗିବା ପାଇଁ ଆସିଥିଲେ ମଧ୍ୟ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ । ତେବେ ନ୍ୟାୟାଳୟ ଶେଷରେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଖାରଜ କରିଦେବା ପରେ ଶେଷରେ ମନ୍ଦିର ଭଙ୍ଗା ହେବା ସ୍ପଷ୍ଟ ହୋଇଥିଲା ।ଏଥିପାଇଁ ଏହି ପୀଠ ଏବଂ ତାର ଆଖପାଖ ଗାଁର ଜନବସତି ଅଞ୍ଚଳରେ ୧୪୪ ଧାରା ଜାରି କରି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇ 6ଗୋଟି ଜେସିବି ଲଗାଇ ମନ୍ଦିର ଭଙ୍ଗା ଯାଇଛି । ଏହି କାର୍ଯ୍ୟରେ କଟକ ଏ ଡି ଏ ମ୍ ସ୍ଥାନୀୟ ତହସିଲଦାରଙ୍କ ସମେତ ୫ ତହସିଲଦାର, ବିଡ଼ିଓ, ଜଳସମ୍ପଦ ଅଧିକାରୀଙ୍କ ସମେତ ଜିଲ୍ଲା ପୋଲିସର ଉଚ୍ଚ ଅଧିକାରୀ ମଧ୍ୟ ନିୟୋଜିତ ଅଛନ୍ତି । ଏହି ଭାଙ୍ଗିବା କାର୍ଯ୍ୟବେଳେ ସୁରକ୍ଷା ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ମନ୍ଦିର ଭାଙ୍ଗିବାକୁ ନେଇ ସ୍ଥାନୀୟ ବାସିନ୍ଦା ଗଭୀର ମର୍ମାହତ ତଥା ଦୁଃଖ ପ୍ରକାଶ କରିଛନ୍ତି ।
