ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ସ୍ଥାନୀୟ ଯୁବକ ଆହତ ହୋଇଥବା ଜଣାପଡିଛି । ଆହତଙ୍କୁ ଗୁରୁତର ଅବସ୍ଥାରେ ନିକଟତର ମେଡିକାଲରେ ଭର୍ତି କରାଯାଇଛି। ଚେରଲା ଥାନା ଅନ୍ତର୍ଗତ ପେଟାଚେରଲା ଗ୍ରାମର ଜଣେ ଯୁବକ ଜଙ୍ଗଲ ରାସ୍ତା ଦେଇ ସହରକୁ ଯାଉଥିବା ସମୟରେ ଗଛ ରେ କିଛି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ପାଇଥିଲା । ସେ ପୋଷ୍ଟରରେ କଣ ଲେଖା ହୋଇଛି ଜାଣିବା ଲାଗି ଯୁବକ ଜଣକ ଦେଖିବାକୁ ଯାଇଥିବା ବେଳେ ଶକ୍ତିଶାଳୀ ବିସ୍ପୋରଣ ହୋଇଥିଲା।ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିଲା!ତେବେ ସାଧାରଣ ଜନତା ନୁହେଁ ବରଂ ଯବାନଙ୍କୁ ଟାର୍ଗେଟ କରି ଏହି ଲ୍ୟାଣ୍ଡ ମାଇନ ଲଗାଯାଇଥିବା ଜଣାପଡ଼ିଛି। ବିସ୍ପୋରଣ ପରେ ଘଟଣା ସ୍ଥଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।
Sign in
Sign in
Recover your password.
A password will be e-mailed to you.