କରୋନାକୁ ନେଇ ସତର୍କ ରହିବାକୁ ଆହ୍ୱାନ କଲେ ସ୍ୱାସ୍ଥ୍ୟ ନିର୍ଦେଶକ

163

ଭୁବନେଶ୍ୱର : କରୋନାକୁ ନେଇ ରାଜ୍ୟ ବାସୀଙ୍କୁ ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।

ସେ ଏଠାରେ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୧୦ ଦିନ ଆଗରୁ ରିପୋର୍ଟ ଦେଇଛି ଭାରତରେ ମହାମାରୀ ଏଣ୍ଡେମିକ୍ ଆଡ଼କୁ ଯାଉଛି । ଏହି ରିପୋର୍ଟକୁ ଗ୍ରହଣ କରିବାକୁ ହେବ । କିନ୍ତୁ ଆମେ ଶତ ପ୍ରତିଶତ ନିଶ୍ଚିତ ନୁହଁ । ପ୍ରତି ମଡେଲର ଅପ୍ ଡାଉନ୍ ଅଛି । ଏହି କ୍ଷେତ୍ରରେ ବି ହୋଇପାରେ । କିନ୍ତୁ ଆମେ ଆଶ୍ୱସ୍ତ ହେବା ନାହ ଏବଂ ଲକ୍ଷଣ ଆସିଲେ ଡାକ୍ତରଖାନା ଆସିବା ବୋଲି ସେ କହିଛନ୍ତି ।

ସେ କହିଛନ୍ତି, କେରଳରେ କରୋନା ସଂକ୍ରମଣ ବଢିବଢି ଚାଲିଥିଲା, ଏବେ କମୁଛି । ସେହିପରି ବର୍ତ୍ତମାନ ମହାରାଷ୍ଟ୍ରରେ ବଢୁଛି, ପରେ କମିବ । ତେଣୁ ସେହି ମଡେଲ ଦେଖିଲେ ଆମେ ଢିଲା ହେବା ନାହିଁ । ଯଦିଓ ଆମେ ଭଲ ସ୍ଥିତିରେ ଅଛୁ । ଆମର ପଜିଟିଭିଟି ରେଟ୍ କମ୍ ଅଛି । ହସପିଟାଲାଇଜେସନ ହାର ବି କମ୍ ଅଛି । କିନ୍ତୁ ବିପଦ ନିଶ୍ଚୟ ଅଛି । ଆମ ରାଜ୍ୟରେ କେବେ ବି ବଢି ପାରେ । ତେଣୁ କଟକଣା ଆମ ରାଜ୍ୟରେ ଚାଲୁ ରହିବ । ନିଜ ଦାୟିତ୍ୱ ନିଜେ ନେବାକୁ ସେ ଆହ୍ୱାନ ଜଣାଇଛନ୍ତି ।

Leave A Reply

Your email address will not be published.