କିଡ୍ନୀନି ରୋଗରେ ପୀଡିତ ଜିତୁନଙ୍କ ସମ୍ପର୍କରେ ଖବର ପ୍ରସାରଣରେ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ମିଳିଲା ସହାୟତା

193

ସାଲେପୁର : ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓଡ଼ଖଣ୍ଡ ଗାଁର ଜିତୁନ କୁମାର ଦାସ ଗତ ୨ବର୍ଷ ହେବ କିଡିନି ରୋଗରେ ପୀଡ଼ିତ ହୋଇ ଚିକତ୍ସାଧୀନ ଥିଲେ । ବର୍ତ୍ତମାନ ତାଙ୍କର ଦୁଇଟି କିଡିନି ଖରାପ ହୋଇଯାଇଛି । ସେ ଏବେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ଅର୍ଥ ସାଜିଛି ତାଙ୍କର ଚିକିତ୍ସା ପାଇଁ ବଡ଼ ପ୍ରତିବନ୍ଧକ । ଜିତୁନ ହେଉଛନ୍ତି ତାଙ୍କ ଘରର ଏକ ମାତ୍ର ପୁଅ । ତାଙ୍କ ବାପା ଏବେ ବୟଷର ଅପରାହ୍ନରେ ଉପନୀତ । ଗାଁ ମୁଣ୍ଡରେ ଏକ ସିମେଣ୍ଟ ନନ୍ଦ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି । ଜିତୁନଙ୍କ ଦେହ ଖରାପ ଯୋଗୁଁ ତାହା ଏବେ ସମ୍ପୂର୍ଣ୍ଣ ବନ୍ଦ । ଜିତୁନଙ୍କ ପରିବାର କହିଲେ ତାଙ୍କ ବାପା,ମା ଓ ତାଙ୍କ ସ୍ତ୍ରୀ ଗୋଟିଏ ପୁଅ ଓ ଗୋଟିଏ ଝିଅ ତାଙ୍କର ଦେହ ଖରାପ ଓ ପରିବାର ପ୍ରତିପୋଷଣର ଆର୍ଥିକ ସଙ୍କଟ ଜିତୁନଙ୍କ ଚିନ୍ତାକୁ ଆହୁରି ଦ୍ବିଗୁଣିତ କରିଛି । ଜିତୁନଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ୧୦ ରୁ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରକାଶ କରିଛନ୍ତି । ଯଦି ସରକାର, ସ୍ୱେଚ୍ଛାସେବୀ ସଗଠନ ଓ ବଦାନ୍ୟବ୍ୟକ୍ତି ଜିତୁନଙ୍କ ଚିକିତ୍ସା ପାଇଁ ସହଯୋଗର ହାତବଢାନ୍ତି ଗୋଟିଏ ଅମୂଲ୍ୟ ଜୀବନ ବଞ୍ଚିପାରିବ ବୋଲି ଖବର ପ୍ରସାରଣ କରାଯାଇଥିଲା ।ଏ ସମ୍ପର୍କରେ ସ୍ଥାନୀୟ ସୁଦାମବତୀ ମଣ୍ଡଳ ବିଜେପି ସଭାପତି ଜିତେନ୍ଦ୍ର ବିଶ୍ୱାଳ କଟକ ସଦର ନେତା ଦିଲ୍ଲୀପ ମଲ୍ଲିକଙ୍କୁ ଅବଗତ କରାଇଥିଲେ ଓ ଶ୍ରୀ ମଲିକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଜଣାଇବାପରେ ଜିତୁନଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ପ୍ରାଥମିକ ପର୍ଯ୍ୟାୟରେ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.