୭ ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ ସିଜିନ ଟିକେଟ୍ ପୁନଃ ପ୍ରଚଳନ

162

ଭୁବନେଶ୍ୱର : ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବ ତଟ ରେଳପଥ ଆହୁରି ସାତ ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ ମାସିକ ସିଜିନ ଟିକେଟ୍ (ଏମଏସଟି) / ତ୍ରୟମାସିକ ସିଜିନ ଟିକେଟ୍ (କ୍ୟୁଏସଟି) ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି । ଏହି ଟ୍ରେନ୍ ଗୁଡିକ ହେଉଛି ୦୮୪୩୧/୦୮୪୩୨ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ ,୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ , ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ , ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ , ୦୮୪୦୪/୦୮୪୦୩ ପୁରୀ-ଖୋର୍ଦ୍ଧା ରୋଡ଼-ପୁରୀ ବିଶେଷ ଟ୍ରେନ୍ ,୬୮୦୫୦/୬୮୦୪୯ ଭଦ୍ରକ-ଖଡଗପୁର-ଭଦ୍ରକ ବିଶେଷ ଟ୍ରେନ ଓ ୦୮୦୦୪/୦୮୦୦୩ ଭଦ୍ରକ-ହାଓଡ଼ା-ଭଦ୍ରକ ବିଶେଷ ଟ୍ରେନ ।

ଏହାପୂର୍ବରୁ, ପୂର୍ବତଟ ରେଳପଥ ଛଅ ଯୋଡ଼ା ବିଶେଷ ଟ୍ରେନ ଟ୍ରେନ ଦ୍ୱାରା ଏମଏସଟି / କ୍ୟୁଏସଟି ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଥିଲା । ଏହି ୧୩ ଟି ବିଶେଷ ଟ୍ରେନ ଗୁଡିକ ବ୍ୟତୀତ ଯାତ୍ରୀ ମାନେ ଚଳାଚଳ କରୁଥିବା ଅନ୍ୟ ବିଶେଷ ଟ୍ରେନ ମାନଙ୍କରେ ସିଜିନ ଟିକେଟ୍ (ଏମଏସଟି) / ତ୍ରୟମାସିକ ସିଜିନ ଟିକେଟ୍ (କ୍ୟୁଏସଟି) ସହିତ ଯାତ୍ରା କରିବାକୁ ରେଳ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନାହିଁ ।

Leave A Reply

Your email address will not be published.