ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ପାଳନ

196

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ତା ବ୍ଳକ ମହାଲିଙ୍ଗସ୍ଥିତ ସନସାଇନ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାର ସି.ବି.ଆଇ. ତଦନ୍ତ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି ବିଜେପି ଦଳ ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟା ଠାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି । ଧର୍ମଗଡ, ଜୁନାଗଡ଼, ଭବାନୀପାଟଣା ସହର ଉପରେ ବନ୍ଦ୍ ର ବିଶେଷ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ଗାଡିମୋଟର ଚଳାଚଳ ଏକ ପ୍ରକାର ବନ୍ଦ ରହିଛି । ବିଶେଷ କରି ଓଡିଶା ସରକାର ସୁଶାସକ ବୋଲାଉଥିବା ବେଳେ ତାଙ୍କ ଅଧିନରେ ଥିବା ମନ୍ତ୍ରୀଙ୍କ କଳାକାରନାମା ଓ ଦୁର୍ନୀତି ଉପରେ ବିଭିନ୍ନ ମହଲରୁ ଅଙ୍ଗୁଳି ଉଠିଛି । ମମିତାଙ୍କ ହତ୍ୟାକାଣ୍ଡରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି ।ଏନେଇ ଜୁନାଗଡର ଭାରତୀୟ ଜନତା ପାର୍ଟିର କର୍ମକର୍ତା ଏବେ ରାଜରାସ୍ତାକୁ ଉହ୍ଲେଇଛନ୍ତି, ସେହିପରି ଭବାନୀପାଟଣା ସହର ବିଜେପି ପକ୍ଷରୁ ମଧ୍ୟ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି ।

ଏହି ବନ୍ଦ ଡାକରାରେ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଉପସଭାପତି ପ୍ରଶାନ୍ତ ସାହୁ, ନଗର ସଭାପତି ସନ୍ତୋଷ ବିଶି, ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକି ଶୋଭାଙ୍ଗିନୀ ପାତ୍ର, ନଗର ସଭାନେତ୍ରୀ ଗୀତା ସାହୁ, ଯୁବମୋର୍ଚ୍ଚା ସମ୍ପାଦିକା ଟି. ସୁଜାତା, ଦେବସ୍ମିତା ବାଣୁଆ, ବାସନ୍ତୀ ବାଣୁଆ, ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ରାଷ୍ଟ୍ରୀୟ ସଦସ୍ୟ ଦିବ୍ୟଜ୍ୟୋତି ମୁଣ୍ତ, ଯୁବମୋର୍ଚ୍ଚା ଉପସଭାପତି ଚିତ୍ତରଞ୍ଜନ ପାତ୍ର, ନଗର ଉପସଭାପତି ହିମାଂଶୁ ବିଶ୍ବାଳ, ରୂପେଶ ଜୈନ ପ୍ରମୁଖ ଥିବା ବେଳେ ଶହ ଶହ ସଂଖ୍ୟାରେ କର୍ମୀ ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି ।

Leave A Reply

Your email address will not be published.