ବିନା ଟ୍ରିଟମେଣ୍ଟରେ ହସପିଟାଲ ପକ୍ଷରୁ BSKY ଯୋଜନାର ୫ ଲକ୍ଷ ଟଙ୍କା ହଡପ କରି ନେଇଥିବା ଅଭିଯୋଗ

174

ପାରଳାଖେମୁଣ୍ଡି : ବିନା କୋଣସି ଟ୍ରିଟମେଣ୍ଟରେ ରୋଗୀଙ୍କ ପରିବାର ବର୍ଗଙ୍କ ଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ର ୫ ଲକ୍ଷ ଟଙ୍କା ମିଥ୍ୟାରେ ବିଭିନ୍ନ କାରଣ ଦର୍ଶାଇ ହଡପ କରି ନେଇ ଯାଇଛନ୍ତି । ଏଭଳି ଏକ ସମ୍ବେଦନ ଶୀଳ ଘଟଣା ଘଟିଥିବା ଦୃଢ଼ ଅଭିଯୋଗ ହୋଇଛି, ସମ୍ପୃକ୍ତ ରୋଗୀର ପତ୍ନୀ ତାଡେଲା ଭାଗ୍ୟଲକ୍ଷ୍ମୀ ଓ ଶାଳକ ଗେଦଲା ଜଗଦୀଶଙ୍କ ପକ୍ଷରୁ । ଏଭଳି ଘଟଣାର ବିହିତ ତଦନ୍ତ କରାଯାଇ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ହଡପ କରି ନେଉଥିବା ହସପିଟାଲ ପ୍ରତି ସରକାର, ଦୃଷ୍ଟାନ୍ତ ମୂଳକ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରୋଗୀଙ୍କ ପରିବାର ପକ୍ଷରୁ ଦୃଢ ଦାବି କରାଯାଇଛି ।
ଅଭିଯୋଗରେ ରୋଗୀଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ହାଦୁଭାଙ୍ଗି ପଞ୍ଚାୟତର ଚୁଡଙ୍ଗପୁର ଗ୍ରାମ ନିବାସୀ ୫୧ ବର୍ଷ ବୟସ୍କ-ତାଡେଲା ଆପାନ୍ନାଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ଅସୁସ୍ଥ ହୋଇପଡିବା ଫଳରେ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିସ୍ୟାଳୟରେ ଚିକିସ୍ୟା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ୩ ଦିନ ରହିବା ମଧ୍ୟରେ ତାଙ୍କର ବିଭିନ୍ନ ପରୀକ୍ଷା ଓ ଚିକିସ୍ୟା କରାଯିବା ପରେ ମଧ୍ୟ ସଠିକ ରୋଗ ଚିହ୍ନଟ ହୋଇ ପାରିଲା ନାହିଁ । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ରୋଗୀକୁ ବ୍ରହ୍ମପୁର ସ୍ଥିତ MKCG ବଡ଼ ମେଡିକାଲକୁ ନେଇ ଭର୍ତ୍ତି କରିଥିଲେ ।

ବ୍ରହ୍ମପୁର ମେଡିକାଲରେ ୮ ଦିନ ଧରି ରୋଗୀର ବିଭିନ୍ନ ପରୀକ୍ଷା ଓ ଚିକିସ୍ୟା କରାଯିବା ପରେ ଜଣା ପଡିଲା ଯେ, ରୋଗୀ ଆପାନ୍ନାକୁ ସ୍ନାୟୁ ଜନିତ ରୋଗ ରହିଛି । ହେଲେ ଏହି ସ୍ନାୟ ଜନିତ ରୋଗ ଉପରେ ସମ୍ପୃକ୍ତ ହସପିଟାଲରେ କୋଣସି ପ୍ରକାର ଚିକିସ୍ୟା ସୁବିଧା ଉପଲବ୍ଧ ନାହିଁ । ହସପିଟାଲ ଡାକ୍ତର ମଧ୍ୟ ରୋଗୀକୁ ଅନ୍ୟତ୍ର ସରକାରୀ ହସପିଟାଲ ଯେଉଁ ଠାରେ ଏହି ରୋଗ ଦୂର ହୋଇପାରିବ, ସେଠାକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । ଏହା ଶୁଣି ଓ ଜାଣି ଅତ୍ୟନ୍ତ ନିରାଶ ହୋଇ ପରିବାର ଲୋକେ ନିଜ ଗ୍ରାମ ଚୁଡଙ୍ଗପୁର ଗ୍ରାମକୁ ଚାଲି ଆସିଥିଲେ । ରୋଗୀ ଆପନ୍ନା ଜଣେ କ୍ଷୁଦ୍ର ଚାଷୀ ଓ ଅତ୍ୟନ୍ତ ଗରିବ ଶ୍ରେଣୀର ସହ ଆର୍ଥିକ ସ୍ଥିତି ମଧ୍ୟ ତାଙ୍କର ଭଲ ନାହିଁ । ଅନ୍ୟପକ୍ଷରେ ଏହିଭଳି ରୋଗର ଚିକିସ୍ୟା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକ ରହିଛି । ଏଥିପାଇଁ ପରିବାର ବର୍ଗ ପକ୍ଷରୁ BSKY – ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀର ଅଧିକ ଚିକିତ୍ସା କରାଇବା ପାଇଁ ସେମାନେ ପଡୋଶୀ ଆନ୍ଧ୍ରର ବିଶାଖାପାଟଣା ସ୍ଥିତ ମେଡିକାବାର ହସପିଟାଲକୁ ନେଇଥିଲେ । ସେଠାରେ ରୋଗୀର ବିଭିନ୍ନ ପରୀକ୍ଷା ଓ ଚିକିସ୍ୟା କରାଯିବା ପରେ ଡାକ୍ତର ମାନେ ରୋଗୀର ପରିବାର ବର୍ଗଙ୍କୁ ଆଶ୍ବାସନ ଦେଇ କହିଥିଲେ ଯେ, ଏହି ରୋଗ ଏଠାରେ ଅଳ୍ପଦିନ ମଧ୍ୟରେ ଓ କମ ଟଙ୍କାରେ ଭଲ ହୋଇଯିବ ବୋଲି କହିଥିଲେ । ଡାକ୍ତରଙ୍କ ଠାରୁ ଏଭଳି ନିର୍ଭରଯୋଗ୍ୟ ଆଶ୍ବାସନା ଓ ପ୍ରତିଶ୍ରୁତି ପାଇ ରୋଗୀର ପରିବାର ଲୋକେ ଅତ୍ୟନ୍ତ ବିଶ୍ବାସଭାଜନ ଓ ଦୃଢ଼ଆଶା ରଖି ଆମେ ଅଧିକ ଉପଯୁକ୍ତ ଚିକିତ୍ସା ପାଇଁ ସେହି ହସପିଟାଲରେ ଏଡମିଟ କରିଦେଲୁ ରୋଗୀ ଆପନ୍ନାଙ୍କୁ ।

ସେହି ମେଡିକାବାର ହସପିଟାଲରେ ଦୀର୍ଘ ୧୯ ଦିନ ଧରି ରୋଗୀକୁ ICU ରେ ରଖାଯାଇଥିଲା । ହେଲେ ସେହି ICU, ଭିତରେ ସମ୍ପୃକ୍ତ ରୋଗୀକୁ ପ୍ରତିଦିନ କଣ ଚିକିତ୍ସା କରୁଥିଲେ ଓ କଣ ଔଷଧ ଦିଆ ଯାଉଥିଲା, ତାହା ଆମକୁ କୋଣସି କିଛି ନ ଜଣାଇ ସମ୍ପୂର୍ଣ୍ଣ ଅନ୍ଧକାର ମଧ୍ୟରେ ରଖା ଯାଉଥିଲା । କେବଳ ଡାକ୍ତର ରାଉଣ୍ଡକୁ ଆସିଲା ବେଳେ ରୋଗୀର ସମ୍ପର୍କୀୟ ଜଣକୁ ହିଁ ଦେଖିବା ପାଇଁ ମାତ୍ର ୪/୫ ମିନିଟ ପାଇଁ ଭିତରକୁ ଛାଡ଼ୁଥିଲେ । ରୋଗୀଙ୍କ ଅବସ୍ଥା ସମ୍ପର୍କରେ ଡାକ୍ତରଙ୍କୁ ପଚାରିଲେ କୋଣସି କିଛି ଉତ୍ତର ମିଳୁ ନ ଥିଲା । ବିନା କୋଣସି କାଗଜ, ବିନା ପରୀକ୍ଷା ଓ ଚିକିତ୍ସା, ବିନା ଔଷଧ ଓ ବିଲରେ ଦୀର୍ଘ ୧୯ ଦିନଧରି ରଖିବା ପରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଏହି ଚିକିସ୍ୟା ବାବଦରେ ଖର୍ଚ୍ଚ ହୋଇଗଲାଣି, ତେଣୁ ରୋଗୀକୁ ତୁମେ ଘରକୁ ନେଇଯାଅ ବୋଲି ହସପିଟାଲ ପକ୍ଷରୁ କୁହା ଯାଇଥିଲା । ରୋଗୀ ବିଷୟରେ ଚିକିତ୍ସା କେଉଁ ବାବଦରେ କେତେ ଓ କଣ କଣ ଚିକିତ୍ସା ଓ କେତେ କଣ ଖର୍ଚ୍ଚ ହେଲା ବୋଲି ପଚାରିବାରେ ସେମାନେ ଅତି କର୍କଶ ଭାବରେ କହିଲେ ଯେ, ରୋଗୀର ଯାହାସବୁ ଚିକିତ୍ସା କରିବା କଥା ଆମେ କରିଦେଇଛୁ, ଏବେ ତୁମେ ରୋଗୀକୁ ଘରକୁ ନେଇଯାଅ ବୋଲି କହିଥିଲେ ।

ରୋଗୀ ଆପନ୍ନାଙ୍କ ପରିବାର ବର୍ଗ ପକ୍ଷରୁ ଦୃଢ଼ ଅଭିଯୋଗ କରି କୁହାଯାଇଛି ଯେ, ଆନ୍ଧ୍ରର ବିଶାଖାପାଟଣା ଠାରେ ଥିବା ସମ୍ପୃକ୍ତ ମେଡିକାଲ ମେଡିକାବାର ନିରୀହ ଲୋକଙ୍କୁ ଓ ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ମିଥ୍ୟା ଆଶ୍ୱାସନା ଓ ପ୍ରତିଶ୍ରୁତି ଦେଇ ଉପଯୁକ୍ତ ଚିକିତ୍ସା ନାମରେ ଲୋକଙ୍କୁ ଠକି କୋଣସି ଚିକିସ୍ୟା ନ କରି ନୀତି ଲକ୍ଷ ଲକ୍ଷ ଟଙ୍କା ଲୁଟ କରିବାରେ ଲାଗିଛି । ରୋଗୀ ଆପନ୍ନାଙ୍କ ମେଡିକାବାର ହସପିଟାଲରେ ଦୀର୍ଘ ୧୯ ଧରି ରହିବା ମଧ୍ୟରେ କଣ ସବୁ ଚିକିସ୍ୟା ଓ ଔଷଧ ସେବନ ଏବଂ କେଉଁ ବାବଦରେ କେତେ କଣ ଖର୍ଚ୍ଚ ହୋଇଛି, ତାର ପ୍ରକୃତ ବିଲ ପ୍ରଭୃତିର ବିହିତ ତଦନ୍ତ କରାଯିବାକୁ ରୋଗୀର ପତ୍ନୀ ତାଡେଲା ଭାଗ୍ୟଲକ୍ଷ୍ମୀ ଓ ଶାଳକ ଗେଦଲା ଜଗଦୀଶ ଦାବି କରିଛନ୍ତି । ବିନା ବିଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ୫ ଲକ୍ଷ ଟଙ୍କା ସହିତ ଆହୁରି ଅନ୍ୟାନ୍ୟ ବାବଦ ଖର୍ଚ୍ଚ ହୋଇଥିବା କହି ରୋଗୀଙ୍କ ସମ୍ପର୍କୀୟଙ୍କୁ ଠାରୁ ଲକ୍ଷାଧିକ ଟଙ୍କା ହଡପ ଓ ଶୋଷଣ କରାଯାଇଛି ବୋଲି ଅଭିଯୋଗ ହୋଇଛି । ବିଶାଖାପାଟଣା ସ୍ଥିତ ସମ୍ପୃକ୍ତ ମେଡିକାବାର ହସପିଟାଲରେ ଯଦି ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ହୋଇଥାନ୍ତା, ତେବେ ରୋଗୀର ସ୍ୱାସ୍ଥ୍ୟବସ୍ଥା ଭଲ ହୋଇଯାଆନ୍ତା, କିନ୍ତୁ ସେଠାରେ ତାହା କଲେ ନାହିଁ ବର୍ତ୍ତମାନ ରୋଗୀର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ବର୍ତ୍ତମାନ ରୋଗୀ ତାଡେଲା ଅପାନ୍ନା ପାରଳାଖେମୁଣ୍ଡି ସ୍ଥିତ ବଡ ଡାକ୍ତରଖାନାରେ ଚିକିସ୍ୟାଧିନ ଅବସ୍ଥାରେ ରହି, ସେ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଛନ୍ତି ।

Leave A Reply

Your email address will not be published.