ବରାହୀପୁର ପଞ୍ଚାୟତରେ ମିଶନ ଶକ୍ତିର ସମ୍ମିଳନୀ

155

-ଗ୍ରାମୀଣ ମହିଳାଙ୍କ ଜୀବନଧାରାରେ ବଡ ପରିବର୍ତ୍ତନ ଆଣିବାକୁ ସରକାରଙ୍କ ସଂକଳ୍ପବଦ୍ଧ -ପଞ୍ଚାୟତଜାଜ ମନ୍ତ୍ରୀ

ମାହାଙ୍ଗା : ମାହାଙ୍ଗା ବ୍ଲକ ବାରାହୀପୁର ପଞ୍ଚାୟତରେ ଆଜି ଏକ ମହିଳା ସମାବେଶକୁ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଥିଲେ । ଗ୍ରାମାଞ୍ଚଳରେ ମହିଳା ମାନଙ୍କ ଅର୍ଥନୈତିକ ବିକାଶ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ଉପରେ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ । ଏସଏଚଜି ଗ୍ରୁଫ ଗୁଡିକ ସରକାରୀ ଯୋଜନାର ସୁବିଧା ସୁଯୋଗ ପାଇବା ଦ୍ୱାରା ସେମାନଙ୍କ ପରିବାର ସବୁ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଛି ବୋଲି ସେ ସୂଚନା ଦେଇଥିଲେ । ଏହି ସଭାରେ ସ୍ଥାନୀୟ ସିଡିପିଓ ପ୍ରମୋଦିନୀ ଦାଶ ସଭାପତିତ୍ୱ କରିଥିଲେ । ବ୍ଲକ ଚେୟାରମ୍ୟାନ ଶରତ ନାୟକ ସମ୍ମାନିତ ବକ୍ତାଭାବେ ଯୋଗ ଦେଇଥିଲେ । ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ଉପାଧ୍ୟକ୍ଷା ରସିଦା ବେଗମ, ଜିଲ୍ଲା ପରିଷଦ ସଭ୍ୟା ଅନ୍ନପୂର୍ଣ୍ଣା ବେହେରା, ପଂଚାୟତ ମହିଳା ଫେଡେରେସନ ସଭାପତି ପ୍ରେମଲତା ରାଉତ ପ୍ରମୁଖ ଯୋଗ ଦେଇଥିଲେ । ମିଶନଶକ୍ତି ଗ୍ରାମୀଣ ମହିଳା ମାନଙ୍କୁ ସ୍ୱତନ୍ତ୍ର ତାଲିମ ଦେବାରୁ ସେମାନେ ବହୁ ଉନ୍ନତି ମୂଳକ କାର୍ଯ୍ୟ ସଫଳତାର ସହିତ ସଂପନ୍ନ କରିବା ସମ୍ଭବ ହୋଇଛି ବୋଲି ଆଲୋଚନାରେ ଭାଗନେଇଥିବା ଅତିଥିମାନେ କହିଥିଲେ । ଏହି ବୈଠକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ ସଫଳତା ଉପରେ ଚର୍ଚ୍ଚା ହୋଇଥିଲା । କାର୍ଯ୍ୟକ୍ରମକୁ ଆଇସିଡିସି ସୁପରଭାଇଜର ଆୟେସା ଖାତୁନ, କୌଶିକ ହେମ୍ବ୍ରମ, ଓଜସ୍ୱିନୀ ମହାନ୍ତି, ବେଙ୍ଗ ପଣ୍ଡାଙ୍କ ସହିତ ମମତା ସ୍ୱାଇଁ, ପ୍ରେମଲତା ସୂତାର, ସ୍ଵର୍ଣ୍ଣପ୍ରଭା ସାହୁ, ସଂଘମିତ୍ରା ସାହୁ ପ୍ରମୁଖ ପରିଚାଳନା କରିଥିଲେ । ସମୀକ୍ଷା ବୈଠକରେ ମହିଳା ଫେଡେରେସନ ପକ୍ଷରୁ ୧ ହଜାରରୁ ଉର୍ଦ୍ଧ୍ଵ ମହିଳା ଉପସ୍ଥିତ ଥିଲେ ।

Leave A Reply

Your email address will not be published.