-ଜୁଡୋ ଅସୋସିଏସନର ଅଭିଯୋଗ ପରେ ଆରଆଇଙ୍କ ଉପସ୍ଥିତିରେ ଦୁଇ ହାଇୱାକୁ ଥାନାରେ ଦେଲେ ଜିମା
ଟିଟିଲାଗଡ : ବାଲି ଚୋରାଚାଲାଣ ଅଭିଯୋଗରେ ଆଜି ସକାଳୁ ଏ ଆର ଏସ ଏସ କମ୍ପାନୀର ଦୁଇଟି ହାଇୱା ଟ୍ରକକୁ ବଲାଙ୍ଗିର ଯୁଡୋ ଆସୋସିଏସନର ସଭାପତି, ସମ୍ପାଦକ ଦେବେନ ଜୈନ, କୋଷାଧ୍ୟକ୍ଷ କେଦାର କବାଟ ଏବଂ ଅନ୍ୟ ସଦସ୍ୟ ମାନେ ଓଭରବ୍ରିଜ ନିକଟରେ ଅଟକାଇ କାଗଜପତ୍ର ଅଛି କି ବୋଲି ପଚାରିବାରୁ କିଛି କାଗଜପତ୍ର ନାହିଁ ବୋଲି କହିବା ପରେ ଆସୋସିଏସନର ସଦସ୍ୟମାନେ ତହସିଲଦାର ପ୍ରେମ ଲାଲ ହିଆଲଙ୍କୁ ଯୋଗାଯୋଗ କରିବା ପରେ ଘଟଣା ସ୍ଥଳକୁ ଆର ଆଇ ଖୁସି ଶଙ୍କର ସାହୁଙ୍କୁ ପଠାଇ ଥିଲେ । ଆର ଆଇ ଡ୍ରାଇଭର ମାନଙ୍କୁ ପଚରା ଉଚରା କରି କାଗଜପତ୍ର ମାଗିଥିଲେ । ସେମାନେ କିଛି କାଗଜପତ୍ର ନ ଦେଖାଇବାରୁ ତହସିଲଦାରଙ୍କ ସହ କଥା ହେବାପରେ ଦୁଇଟି ଟ୍ରକକୁ ଥାନାକୁ ଆଣି ଗାଡ଼ିର ଚାବି ପୋଲିସକୁ ଜିମା ଦେଇଛନ୍ତି । ବିନା କାଗଜପତ୍ରରେ କିପରି ହାଇୱ। ଗାଡ଼ିରେ ବାଲି ଯାଉଥିଲା ? ପୂର୍ବରୁ ଏହି ଏ ଆର ଏସ ଏସ କମ୍ପାନୀ ଲିଜରେ ନେଇଥିବା ନିମୂର୍ଲା ମାଇନ୍ସ ଉପରେ ସାଢେ଼ ସାତ କୋଟି ଜୋରିମାନା ପକାଇଥିବା ବେଳେ ଆଜି ଯାଏଁ ସେ ଟଙ୍କା ଦେଲେ କି ନାହିଁ ତାହା ବି ଜଣାପଡିନି, ଆଗକୁ ଦେଖିବାକୁ ରହିଲା ଏହି ଦୁଇ ହାଇୱା ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଦେଖିବାକୁ ରହିଲା ।
