ବିଧବାଙ୍କୁ ମିଳିପାରୁନି ଘର, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

172

ଭବାନୀପାଟଣା : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ହେଲେ କେତେକ କ୍ଷେତ୍ରରେ ଗରୀବଙ୍କ ପାଇଁ ସାତସପନ ପାଲଟିଛି ଏହି ଯୋଜନା । ସରକାରୀ କର୍ମଚାରୀ ମାନଙ୍କ ଉଦାସୀନତା ମନୋଭାବ ଯୋଗୁଁ ସେହି ଯୋଜନା ପାଣିର ଗାର ଓ ଥିଲାବାଲା ଲୋକ ମାନଙ୍କୁ ସେହି ଯୋଜନାରେ ଘର ମିଳୁଛି ବୋଲି ଅଭିଯୋଗ ହୋଇଛି । ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଫୁଣ୍ଡା ପଞ୍ଚାୟତରେ । ପଚାଂୟତର ଜଣେ ବିଧବା ମହିଳାହେଉଛନ୍ତି ବାଗବାହାଲ ଗ୍ରାମର ପ୍ରମେସିଲା ଯାନୀ ସ୍ୱାମୀ ସ୍ବର୍ଗତ-ପ୍ରମା ଯାନୀ । ସ୍ୱାମୀ ପ୍ରମାଙ୍କ ମୃତ୍ୟୁର ସାତ ବର୍ଷ ବିତିଲାଣି । ଘର ବର୍ଷା ପାଣିରେ ଭିଜି ଭିଜି ଭୁଶୁଡିଲା । ୪ ବର୍ଷ ହେଲା ପଂଚାୟତରେ ସରପଞ୍ଚ, ପିଇଓଙ୍କୁ ଏ ବାବଦରେ ଜଣାଇ ଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମୋର ଗୁହାରି କେହି ଶୁଣିଲେ ନାହିଁ ବୋଲି ଅତ୍ୟନ୍ତ ଦୁଃଖର ସହ କହିଛନ୍ତି ଏହି ବିଧବା ମହିଳା । ଫଳରେ ସେହି ଭଙ୍ଗାରୁଜା କୁଡ଼ିଆରେ ତିନୋଟି ଝିଅକୁ ଧରି ଖରା ବର୍ଷା ଓ ଶୀତରେ ଦିନ ଯାଉଛି ହେଲେ କିଏ ମୋ ଭଳି ବିଧବାର ଦୁଃଖକୁ ଶୁଣୁ ନାହାନ୍ତି, ଯିଏ ଟଙ୍କା ଦିଅନ୍ତି ତାଙ୍କୁ ଘର ମିଳୁଛି, ଗରିବଙ୍କୁ ପାଇଁ ଏ ଯୋଜନା ନୁହଁ ବୋଲି ଅତ୍ୟନ୍ତ କ୍ଷୋଭର ସହ ସେ କହିଛନ୍ତି ।

ଅନ୍ୟପକ୍ଷରେ ଏ ସମ୍ପର୍କରେ ପିଇଓ ତ୍ରିଲୋଚନ ନାଏକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତାଙ୍କର ଏସିସି ଲିଷ୍ଟରେ ନାଁ ନଥିଲା, ଏବେ ଇନକ୍ଲୁଡିଙ୍ଗ ତାଲିକାରେ ସାମିଲ କରାଯିବ ଓ ତାଙ୍କୁ ଘର ମିଳିବ ବୋଲି କହିଛନ୍ତି ।

Leave A Reply

Your email address will not be published.