କ୍ଲିନ ଇଣ୍ଡିଆ ଗ୍ରୀନ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

201

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ଟାଉନ ହଲ ଠାରେ ଆଜି କ୍ଲିନ ଇଣ୍ଡିଆ ଗ୍ରୀନ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ଆଜି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମେ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ନେହେରୁ ଯୁବକେନ୍ଦ୍ରର କର୍ମକର୍ତ୍ତାଙ୍କୁ ନେଇ ନଗରର ଗୋପବନ୍ଧୁ ଛକ ଠାରୁ ଆରମ୍ଭ କରି କାଳୀଛକ, ଗୋଡି ଲାଇନ ଆଦି ମୁଖ୍ୟ ମୁଖ୍ୟ ଛକ ଗୁଡିକରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ନଗରକୁ ସଫେଇ ରଖିବା ନିମନ୍ତେ ବିଭିନ୍ନ ନାରା ଦେଇ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ମାନେ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସଡିସି ଚେୟାରମ୍ୟାନ ମାନସ ମାଡକାମୀ, ନେହେରୁ ଯୁବ କେନ୍ଦ୍ର ମୁଖ୍ୟ ହରିଷ ରୂପାଲ, ପ୍ରୋଗ୍ରାମ ଅଫିସର ରେସମା ବିଶ୍ୱାସ ଓ ସୁନୀଲ ପୂଜାରୀ, ଏନଏସଏସ ମୁଖ୍ୟ ନମିତା ଦଣ୍ଡସେନା, ବିନାଶ କୁମାର ମିଶ୍ର ଏବଂ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ପ୍ରିନ୍ସିପାଲ ଏମ୍ ବୈରାଗୀ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କୋରୁକୋଣ୍ଡା ବ୍ଲକ ଦାୟିତ୍ୱରେ ଥିବା ନେହେରୁ ଯୁବ କେନ୍ଦ୍ରର ମୁଖ୍ୟ ମଦନ ଖିଲ ଓ ସମାଜସେବୀ ସୋମେଶ ବାଘ ସାଫଲ୍ୟ କରାଇଥିଲେ । ତେବେ ଯୁବ ଅବସ୍ଥାରେ ଛାତ୍ରଛାତ୍ରୀ ମାନଙ୍କର ଏଭଳି ନିଆରା ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.