ସ୍କିଲ ଇଣ୍ଡିଆ ଆଞ୍ଚଳିକ ପ୍ରତିଯୋଗିତାରେ ପଟ୍ଟାମୁଣ୍ଡାଇର ସୁବ୍ରତ ତରାଇ ସ୍ୱର୍ଣ୍ଣ ପଦକ ବିଜେତା

179

ପଟ୍ଟାମୁଣ୍ଡାଇ : କେନ୍ଦ୍ର ସରକାରଙ୍କ ସ୍କିଲ ଇଣ୍ଡିଆ ଡେଭଲପମେଂଟ କର୍ପୋରେସନ ଅଧିନରେ ବିହାରର ପାଟନା ଠାରେ ସ୍କିଲ ରିଜିଓନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଭାରତର ୮ଟି ରାଜ୍ୟରୁ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏସଆଇପିଟି ପଟ୍ଟାମୁଣ୍ଡାଇ ପ୍ଲମ୍ବର ଟ୍ରେଡର ଛାତ୍ର ସୁବ୍ରତ କୁମାର ତରାଇ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଲ ହୋଇଛନ୍ତି । ଛାତ୍ର ସୁବ୍ରତଙ୍କୁ ଏହି କୃତିତ୍ୱ ପାଇଁ ୨୧ ହଜାର ଟଙ୍କାର ଆର୍ଥୀକ ସହାୟତା ରାଶି ମଧ୍ୟ ମିଳିଥିବା ଜଣାଯାଇଛି । ଉଦଯାପନ ଉତ୍ସବରେ ବିହାରର ମହାମହିମ ରାଜ୍ୟପାଳ ଫଗୁ ଚୌହ୍ୱାନ ମୁଖ୍ୟଅତିଥି ଭାବେ ଯୋଗଦେଇ କୃତି ଛାତ୍ର ସୁବ୍ରତ ତରାଇ ଓ ଅନ୍ୟ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।

ଆସନ୍ତା ଡିସେମ୍ବର ମାସରେ ବାଙ୍ଗାଲୋରରେ ହେବାକୁ ଥିବା ଜାତୀୟ ଭାରତ ଦକ୍ଷତା ପ୍ରତିଯୋଗିତାରେ କୃତି ଛାତ୍ର ସୁବ୍ରତ ତରାଇ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିବା ପଟ୍ଟାମୁଣ୍ଡାଇ ଏସଆଇପିଟି ଆଇଟିଆର ଅଧ୍ୟକ୍ଷ ଇଂ. ସଞ୍ଜିବ କୁମାର ରାୟ ସିଂହ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.