ଛଅ ମାସ ଓ ୫ ବର୍ଷର ଛୁଆଙ୍କ ଲାଗି ହେଲମେଟ ମିଳିବ କେଉଁଠି ? ରାଉରକେଲାରେ ହେଲମେଟ ଚେକ୍ ନାମରେ ଜରିମାନା

146

ରାଉରକେଲା : ରାଉରକେଲା ପୁଲିସ ଜିଲ୍ଲାରେ ଲୋକଙ୍କ ଠାରୁ ହେଲମେଟ ପିନ୍ଧା ନେଇ ବିଭିନ୍ନ ଛକରେ ଫଟୋ ଉଠାଇ ଭୟଭିତ କରିବା ସହ ସେହି ବାବଦରେ ରାଜସ୍ୱ ଆଦାୟ କରି ପ୍ରତିଦିନ ସାଧାରଣ ଜନତାଙ୍କୁ ଘାଂଟୁଥିବା ବେଳେ ଏହି ଆଇନକୁ କିଛି ମାତ୍ରାରେ ପାଳନ କରୁଥିବା ଲୋକେ ଏବେ ସରକାର ଓ ପୁଲିସକୁ କରିଛନ୍ତି ଅନେକ ପ୍ରଶ୍ନ । ସେମାନଙ୍କ କହିବା କଥା, ସହରରେ ଲୋକଙ୍କୁ ସିଂଗିଲ ହେଲମେଟ ପିନ୍ଧିବା ଲାଗି ପୁଲିସି ଅଭ୍ୟସ୍ତ କରିବାରେ ବିଫଳ ହୋଇଛି । ଗୋଟାଏ ଦୁଇ ଚକିଆରେ ୩/୪ ଜଣ ବିନା ହେଲମେଟରେ ଯାଉଛନ୍ତି କିନ୍ତୁ ପୁଲିସ ନୀରବ । ଯଦି ଗୋଟିଏ ୨ଚକିଆରେ ଦୁଇଜଣ ହେଲମେଟ ପିନ୍ଧି ଜିବେ ସେମାନଙ୍କର ୬ ମାସିଆ ଛୁଆ କିମ୍ବା ୫ ବର୍ଷର ଛୁଆ ଲାଗି ସେମାନେ ହେଲମେଟ ଆଣିବେ କେଉଁଠୁ ? କାରଣ ବିନା ହେଲମେଟରେ ଜିବା ମନା, ତେଣୁ ସହରର ପୁଲିସ ବିଭିନ୍ନ ଛକରେ କନେଷ୍ଟବଳ ମାନଙ୍କ ଦ୍ୱାରା ଫଟୋ ଉଠାଇବାରେ ବ୍ୟସ୍ତ । ତେଣୁ ଏହି ବୟସର ପିଲାଙ୍କ ଲାଗି ସେମାନେ ହେଲମେଟ ଆଣିବେ କେଉଁଠୁ? ଦୋକାନରେ ମିଳୁନି, ସେମାନେ କହୁଛନ୍ତି କଂପାନୀ ତିଆରି କରିନି ଯଦି ପୁଲିସି ଧରୁଛି ତାଙ୍କୁ କୁହନ୍ତୁ ସେମାନେ ଆଣିଦେବେ ।

ସେହିଭଳି ସାଧାରଣ ପରିବାର ନେଇ ରହୁଥିବା ଲୋକ ଅନେକ ସମୟରେ ବସଷ୍ଟାଣ୍ଡ, ରେଳ ଷ୍ଟେସନରୁ ନିଜ ସମ୍ପର୍କୀୟ କିମ୍ବା ବନ୍ଧୁଙ୍କୁ ଆଣିବାକୁ ଯାଇଥାନ୍ତି, ଅନେକ ଲୋକ ରାସ୍ତାରେ ଲିଫ୍ଟ ମଧ୍ୟ ଦେଇଥାନ୍ତି, ପିଲାଙ୍କୁ ସ୍କୁଲ ଆଣିବା ନେବା କରିବାକୁ ପଡିଥାଏ ସେମାନେ ଆସୁଥିବା ବେଳେ ଯଦି ପୁଲିସି ଧରିଲା କିମ୍ବା ଫଟୋ ଉଠାଇଲା ତେବେ ଫାଇନ ଦେବାକୁ ପଡିବ, ଏଥିଲାଗି ଲୋକେ କରିବେ କଣ ? ତା ମାନେ ଏଠିଏଇଆ ବୁଝିବା ଲାଗି ପଡିବ ନିଜେ ହେଲମେଟ ପିନ୍ଧିବା ସହ ଘରୁ ବାହାରିବା ବେଳେ ସାଙ୍ଗରେ ଆଉ ଏକ ହେଲମେଟ ଧରି ବାହାରିବାକୁ ପଡିବ ନଚେତ ପୁଲିସି ବାଲା ଫଟୋ ଉଠାଉଦେବେ । ଖାଲି ଏତିକି ନୁହେଁ, ସହରରେ ଚୋରୀ ଡକାୟତି ତ ନିତି ଦିନିଆ ଘଟଣା ହୋଇଗଲାଣି, ମହିଳା ମାନଙ୍କୁ ରାସ୍ତାରେ କଂମେଟ ମାରିବା, ବିଭିନ୍ନ ଛକରେ ବଦମାସ ପିଲା ମାନଙ୍କର ଆଡ୍ଡା ବାଜି ବଢି ଚାଲିଛି । ତାକୁ ପୁଲିସି ରୋକି ପାରୁନଥିବା ଅଯଥାରେ ଏପରି କରି ପୋଲିସ ସାଧାରଣ ଜନତାଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଛି । ସହରରେ ଟ୍ରାଫିକକୁ ନେଇ ସୁବ୍ୟବସ୍ତା କରାଯାଉ ତାହା ନିଶ୍ଚୟ ସ୍ୱାଗତ ଯୋଗ୍ୟ, କିନ୍ତୁ ଡ୍ୟୁଟି ନାମରେ ରାସ୍ତାରେ ଏଭଳି ଫଟୋ ଉଠାଇ ଲୋକଙ୍କୁ ଭୟଭିତ ଆତଙ୍କିତ କରାନଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.