ଭୁବନେଶ୍ୱର : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ମୋଟ ୬୭୯୪ଟି ପ ଂଚାୟତ ମଧ୍ୟରୁ ୩୫୦୦ଟି ସରପଞ୍ଚ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ରାଜ୍ୟ ନିର୍ବାଚନ କମିସନ ସଚିବ ରବୀନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ୯୧୯୧୬ ୱାର୍ଡ ମଧ୍ୟରୁ ୪୯୪୬୯ ୱାର୍ଡ ମେମ୍ବର ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ଠିକ୍ ସେହିପରି ଆଗାମୀ ତ୍ରିସ୍ତରୀୟ ପ ଂଚାୟତ ନିର୍ବାଚନରେ ୧୨୦୩୧ ୱାର୍ଡ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି ।
ସେ କହିଛନ୍ତି ଯେ ୬୭୯୪ ଗ୍ରାମ ପଂଚାୟତରେ ହେବ ପଂଚାୟତ ନିର୍ବାଚନ ହେବ । ଗତ ୨୦୧୭ରେ ୬୮୦୧ ଗ୍ରାମ ପଂଚାୟତରେ ପଂଚାୟତ ନିର୍ବାଚନ ହୋଇଥିଲା । ଏଥର ୭ଟି ଗ୍ରାମ ପଂଚାୟତ ଏନଏସିରେ ମିଶି ଯାଇଥିବା କାରଣରୁ ସେହି ପଂଚାୟତଗୁଡ଼ିକରେ ନିର୍ବାଚନ ହେବ ନାହିଁ । ସେଗୁଡ଼ିକ ହେଲା ବାଲେଶ୍ୱର ରେମୁଣାର ଚାରି ଗ୍ରାମ ପଂଚାୟତ ଓ ନୟାଗଡ଼ ଓଡ଼ଙ୍ଗାର ଦୁଇଟି ଗ୍ରାମ ପଂଚାୟତତ ଏବଂ ବରଗଡ଼ ବିଜେପୁରର ଗୋଟିଏ ଗ୍ରାମ ପଂଚାୟତ ଏନଏଏସିରେ ସାମିଲ ହୋଇଛନ୍ତି ।
ସେ କହିଛନ୍ତି ସେହିପରି ପଛୁଆ ବର୍ଗଙ୍କ ପାଇଁ ୭୭୮ଟି ସରପଂଚ ଆସନ ସଂରକ୍ଷିତ ରଖାଯାଇଛି । ଠିକ୍ ସେହିପରି ୬୭୯୩ ସମିତି ସଭ୍ୟ ଆସନ ଭିତରୁ ୩୫୩୮ଟି ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ପଛୁଆ ବର୍ଗଙ୍କ ପାଇଁ ୯୧୩ଟି ଆସନ ସଂରକ୍ଷିତ ରଖାଯାଇଛି ।