ରାମକୃଷ୍ଟପୁର ପଂଚାୟତରେ ବୋମାମାଡ଼ : କାର ଓ ଘର କ୍ଷତିଗ୍ରସ୍ତ

164

ସାଲେପୁର : କଟକ ଜିଲ୍ଲା ସାଲେପୁର ଥାନା ଅଧିନସ୍ଥ ରାମକୃଷ୍ଣପୁର ପଂଚାୟତ ପାଟପାରି ଗ୍ରାମରେ ବୋମା ମାଡ଼ ହୋଇଥିବା ଜଣାପଡିଛି । ଏହି ବୋମାମାଡ଼ ଘଟଣାରେ ଅଶୋକ ସାମଲଙ୍କର ୱାଗନର କାରଟିର ଅଧିକାଂଶ ଅଂଶ ନଷ୍ଟ ହୋଇଯାଇଥିବା ବେଳେ ଘରର ଟାଇଲ କାନ୍ଥ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଅଶୋକ ଘରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟେଇଥିବା ଅନୁମାନ କରାଯାଉଛି । ଏହି ବୋମା ମାଡର ଉଦେଶ୍ୟ ସ୍ପଷ୍ଟହୋଇ ନଥିବାବେଳେ ଘଟଣା ସ୍ଥଳରେ ସାଲେପୁର ପୋଲିସ ତଦନ୍ତ ଜାରିରଖିଛି । ବୋମାମାଡ଼ ଖବର ପାଇ କଟକରେ ଚାକିରୀ କରୁଥିବା ଗୃହ କର୍ତ୍ତା ଅଶୋକ ସାମଲ ଗ୍ରାମରେ ପହଂଚିଛନ୍ତି ।

Leave A Reply

Your email address will not be published.