ଚାକିରି ହରାଇବେ ୧୩୧ ଜଣ କମ୍ୟୁନିଟି ମୋବିଲାଇଜର, ଜିଲା ପ୍ରଶାସନର ଦ୍ବାରସ୍ଥ ସଂଘ

159

ନୂଆପଡ଼ା : କେନ୍ଦ୍ର ଏବଂ ରାଜ୍ୟ ସରକାର ମନରେଗା ଯୋଜନା ଜରିଆରେ ଗ୍ରାମୀଣ ଶ୍ରମିକ ମାନଙ୍କୁ ଅଧିକ କାମଧନ୍ଦା ଯୋଗାଇ ରୋଜଗାରକ୍ଷମ କରାଇବା ଉଦ୍ଦେଶ୍ୟ ନେଇ ଗତ ୨୦୧୯ ମସିହା ଡିସେମ୍ବର ମାସରୁ ଏକ ସ୍ଵତନ୍ତ୍ର ଯୋଜନା ଆରମ୍ଭ କରିଥିଲେ । ରାଜ୍ୟର ଦାଦନ ପ୍ରବଣ ୪ ଗୋଟି ଜିଲ୍ଲା ଯଥା ନୂଆପଡା, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ ଜିଲ୍ଲାର ମୋଟ୍ ୨୦ ଗୋଟି ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଏହି ଯୋଜନାକୁ ସଫଳ କରିବାକୁ ନେଇ ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ କମ୍ୟୁନିଟି ମୋବିଲାଇଜରଙ୍କୁ ନିଯୁକ୍ତି ଦେଇଛନ୍ତି, ହେଲେ କମ୍ୟୁନିଟି ମୋବିଲାଇଜର ପଦବୀ ନିଯୁକ୍ତି ପରେ ପରେ ମନରେଗା ଯୋଜନାରେ ଅଧିକରୁ ଅଧିକ କାମ ହେବା ସହ ଅଧିକ ଶ୍ରମିକ ନିୟୋଜିତ ହେଉଥିଲେ । କିନ୍ତୁ, ଗତକାଲି ରାଜ୍ୟ ସରକାରଙ୍କ ପଚାଂୟତିରାଜ ଓ ପାନୀୟଜନ ବିଭାଗ ମିଶନଶକ୍ତି ଅଧୁନା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ କମ୍ୟୁନିଟି ମୋବିଲାଇଜର ଭାବରେ ନିଯୁକ୍ତି ଦେବାକୁ ନିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହାକୁ ବିରୋଧ କରି କମ୍ୟୁନିଟି ମୋବିଲାଇଜର ସଂଘ ନୂଆପଡା ଜିଲାପାଳ ସୁଧାଦେବ ସିଂ, ମିକି ମଧୁଛନ୍ଦା ସାହୁ ଏବଂ ନୂଆପଡା ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ କୋଳଳିଆଙ୍କୁ ସାକ୍ଷାତ କରି କମ୍ୟୁନିଟି ମୋବିଲାଇଜର ମାନଙ୍କୁ ନିଯୁକ୍ତି ଦେବାକୁ ଦାବୀ କରିଛନ୍ତି । ଜିଲା ପ୍ରଶାସନ ସହ ରାଜ୍ୟ ସରକାର କମ୍ୟୁନିଟି ମୋବିଲାଇଜର ମାନଙ୍କୁ ଅତିଶିଘ୍ର କମ୍ୟୁନିଟି ମୋବିଲାଇଜର ପଦବୀରେ ନିଯୁକ୍ତି ଦେବାକୁ ସାଧାରଣରେ ଦାବୀ ହେଉଛି । ନଚେତ୍ ନୂଆପଡା ଜିଲାର ୧୩୧ ଜଣ ଜମ୍ୟୁନିଟି ମୋବିଲାଇଜରଙ୍କ ସହ ବରଗଡ଼, ବଲାଙ୍ଗିର ଏବଂ କଳାହାଣ୍ଡି ଜିଲ୍ଲାର କମ୍ୟୁନିଟି ମୋବିଲାଇଜର ମାନେ ସେମାନଙ୍କ ଚାକିରି ହରାଇ ବେକାରୀ ହୋଇଯିବେ ।

Leave A Reply

Your email address will not be published.