ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଜେଲ୍ ଗଲା ଅଭିଯୁକ୍ତ

186

ପଟ୍ଟାମୁଣ୍ଡାଇ : ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜେଲ୍ ଗଲେ ଅଭିଯୁକ୍ତ । ଏଭଳି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇରେ । କେନ୍ଦ୍ରାପଡ଼ା ଜିଲ୍ଳା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟି ଅନ୍ତର୍ଗତ ୱାର୍ଡ ନଂ ୧୭ ମାଟିଆ ଗ୍ରାମରେ ଘଟିଛି ଏଭଳି ଘଟଣା ।

ସୂଚନା ମୁତାବକ, ଦଳିତ ସାହିର ଜନୈକା ମହିଳା ଛେଳି ଚରାଇବାକୁ ପାଖରେ ଥିବା ଏକ ପଡିଆକୁ ଯାଇଥିଲେ । ଏହି ସମୟରେ ନିଛାଟିଆ ସ୍ଥାନର ସୁଯୋଗ ନେଇ ସେହି ଗ୍ରାମର କାମଦେବ ମଳିକଙ୍କ ପୁଅ ବୁଟୁ ମଳିକ ମହିଳା ଜଣଙ୍କୁ ଜୋର ଜବରଦସ୍ତ ଟଣାଓଟରା କରିବା ସହିତ ଦୁଷ୍କର୍ମ କରିଥିବା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ।ପୀଡିତାଙ୍କର ଅଭିଯୋଗକୁ ଭିତିକରି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ତପନ କୁମାର ରାଉତ, ଅଭିଯୁକ୍ତ ବୁଟୁ ମଳିକକୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରିଥିଲେ । ଡାକ୍ତରୀ ମାଇନା କରାଯିବା ପରେ ଥାନା କେସ ନଂ ୬୫୮/୨୧ ରେ ମାମଲା ରୁଜୁକରି ଦଫା ୩୭୬, ୫୦୬ ଭାରତୀୟ ଦଣ୍ଡବିଧି ଆଇନରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି । ଅନ୍ୟପଟେ ଏଭଳି ଦୁଷ୍କର୍ମକାରୀ ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦେବାପାଇଁ ନିବେଦନ କରିଛନ୍ତି ପୀଡ଼ିତା ।

Leave A Reply

Your email address will not be published.