ରାସ୍ତା ନିର୍ମାଣ ଓ ଆଲୋକୀକରଣ ବ୍ୟବସ୍ଥା ନିମନ୍ତେ ୯ନଂ ୱାର୍ଡବାସୀଙ୍କ ଦାବି

213

-ଦାବିପୂରଣ ନ ହେଲେ ଭୋଟ ବର୍ଜନ ଚେତାବନୀ

ମାଲକାନଗିରି : ଅଧାରେ ଶେଷ ହୋଇଗଲା ରାସ୍ତା ନିର୍ମାଣ କାର୍ଯ୍ୟ, ଅଳ୍ପ କିଛି ରାସ୍ତା ନ ହୋଇପାରିବା ଫଳରେ ପାଣି ଜମି ରହି ଡ୍ରେନର ଆବର୍ଜନା ପାଣି ରାସ୍ତା ଉପରକୁ ଆସିବା ସହ ଲୋକଙ୍କ ଯାତାୟାତରେ ନାନାଦି ସମସ୍ୟା ଭୋଗୁଥିବା କହିଛନ୍ତି ଅଞ୍ଚଳବାସୀ । ତେବେ ଏପରି ଦୃଢ ଅଭିଯୋଗ ଆଣିଛନ୍ତି ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିର ଆୟାପ୍ପା ମନ୍ଦିର ସ୍ଥିତ ୯ନଂ ୱାର୍ଡ ବାସୀ । ତେବେ ୮ନଂ ୱାର୍ଡ ସ୍ଥିତ ମା ସନ୍ତୋସୀ ମନ୍ଦିରଠାରୁ ଆରମ୍ଭ କରି ଆୟାପ୍ପା ମନ୍ଦିର ତଳ ସାହି ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ନିର୍ମାଣ କାର୍ଯ୍ୟ ଆସିଥିଲେ ସୁଦ୍ଧା ଆଉ ୧୦୦ ମିଟର ପାଖାପାଖି ରାସ୍ତା ନିର୍ମାଣ ହୋଇପାରିଲାନି । ତେଣୁ ଏବେ ଦୈନିକ ଯା ଆସରେ ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ଏବଂ ଦୁଇ ଚକିଆ ଯାନ ଯିବା ଆସିବାରେ ବାଧାପ୍ରାପ୍ତ ହେଉଛି । ରାସ୍ତାର ପ୍ରଶସ୍ତ କମ ରହିଥିବା ସହ ରାସ୍ତାକୁ ଲାଗି ଏକ ବଡ଼ ଡ୍ରେନ ରହିବା ସହ ଡ୍ରେନର ଆବର୍ଜନା ପାଣି ଜମି ରହିବା ସହ ଡ୍ରେନ ଉପରେ ପ୍ଲେଟ ପଡି ନଥିବା ହେତୁ ବହୁ ସମୟରେ ଯାତ୍ରୀ ଏହି ନାଳ ମଧ୍ୟରେ ପଡି ଆହତ ହେଉଛନ୍ତି । ଏନଏସି ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଏଥିସହିତ ରାତ୍ରି ସମୟରେ ମଧ୍ୟ ଏହି ଅଞ୍ଚଳରେ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା ନଥିବାରୁ ଲୋକେ ନାନାଦି ସମସ୍ୟା ଭୋଗୁଥିବା କହିଛନ୍ତି । ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ନିମନ୍ତେ ଅଂଚଳର ଲୁଟରା ବାଘ, ମେନା ବାଘ, ଘାଷି ଖରା, ରଙ୍କ ବାଘ, କୁମ କୂଳଦୀପ, ମଙ୍ଗଳ ଦାନ ଖରା, ଧନୁର୍ଜୟ ପରଜା, ମୁନ୍ନା ନାଗଙ୍କ ସମେତ ସମସ୍ତ ଅଞ୍ଚଳବାସୀ ଦାବି କରିଛନ୍ତି । ଏଥିସହିତ ଆଗାମୀ ଏନଏସି ନିର୍ବାଚନ ମଧ୍ୟରେ ଯଦି ଏହି ସବୁ ସମସ୍ୟାର ସମାଧାନ କରାନଯାଏ ତାହେଲେ ଏହି ୯ନଂ ୱାର୍ଡବାସୀ ଭୋଟ ମଧ୍ୟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.