ଶାଶୁଘର ବାରଣ୍ଡାରେ ଧାରଣାରତ ନବବଧୂଙ୍କ ମାଣ ବସାଇବା ଘଟଣା

177

-ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟରେ ହାଜର ହେଲେ

ଗଞ୍ଜାମ : ବ୍ରହ୍ମପୁର ସହରର ବ୍ରହ୍ମାନଗର ଦ୍ୱିତୀୟ ଲେନ୍ ର ତପସ୍ୱିନୀ ଦାଶ ନାମ୍ନୀ ଜଣେ ନବ ବିବାହିତା ମହିଳା ସ୍ୱାମୀଙ୍କ ଘର ବାରଣ୍ଡାରେ ବସି ମାର୍ଗଶିର ମାସ ପ୍ରଥମ ଗୁରୁବାର ମହାଲକ୍ଷ୍ମୀଙ୍କ ପୂଜା କରିବା ଘଟଣାରେ ଆଜି ଧାରଣାର ଷଷ୍ଠ ଦିନରେ ସେ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟରେ ହାଜର ହୋଇ ଏନେଇ ଏକ ଆବେଦନ କରିଛନ୍ତି । ଏହି ଆବେଦନରେ ଆବେଦନକାରୀ ଦର୍ଶାଇଛନ୍ତି ଯେ, କୋର୍ଟର ରାୟ ଆସିବା ପର୍ଯ୍ୟନ୍ତ ତାଙ୍କୁ ତାଙ୍କ ସ୍ୱାମୀଙ୍କ ଘରେ ରହିବାକୁ ଅନୁମତି ଦିଆଯାଉ ।

ଏହାର ପ୍ରତିକ୍ରିୟାରେ ତାଙ୍କ ଡ଼ାକ୍ତର ସ୍ୱାମୀ ସୁମିତ ସାହୁ ଏବଂ ଶ୍ୱଶୁର ପ୍ରମୋଦ ସାହୁ କହିଛନ୍ତି ଯେ, କୋର୍ଟ ଯାହା ରାୟ ଦେବେ ତାକୁ ସେ ମାନି ନେବେ । ଅନ୍ୟପକ୍ଷରେ ଆଜି ଏସଡିଜେଏମ ଛୁଟିରେ ଅଛନ୍ତି । ଦାୟୀତ୍ୱରେ ଥିବା ଏସଡିଜେଏମ କି ପ୍ରକାର ରାୟ ଦେବେ କିମ୍ବା ପରବର୍ତି ଶୁଣାଣି ପାଇଁ ତାରିଖ ଘୋଷଣା କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.