ଯୋଗାଣ ବିଭାଗର ବିଚିତ୍ର ନୀତି ବଞ୍ଚିଥିବା ଲୋକଙ୍କ ମରିଯାଇଥିବା ଦର୍ଶାଇ କାଟି ଦେଇଛି ରାସନ କାର୍ଡ

192

କୋଲନରା : ରାୟଗଡା ଜିଲ୍ଲା କୋଲନରା ବ୍ଲକରେ ଜଣେ ବଞ୍ଚିଥିବା ବିଧବା ମହିଳାଙ୍କର ଗତ ୮ ମାସ ହେଲା ଅନ୍ତର୍ଦ୍ୱୟ ରାସନ କାର୍ଡରେ ସେ ପାଉଥିବା ୩୫ କେଜି ଚାଉଳ ମିଳିବା ବନ୍ଦ ହୋଇଯାଇଛି । ସଂମ୍ପୃକ୍ତା ମହିଳା ଚାଉଳ ପାଇଁ ଯାଉଛନ୍ତି, କାର୍ଡ ନମ୍ବର ମେସିନରେ ଏଣ୍ଟ୍ରି କଲା ପରେ ଜଣା ପଡୁଛି ଯେ ଚାଉଳ ଆସିଥିବା ସମ୍ପର୍କରେ ମେସିନରେ ଦେଖାଉ ନାହିଁ କହିଲେ ଫେରି ଆସୁଛନ୍ତି । ଖବର ମିଳିଛି ଯେ ଗତ ୮ରୁ ୯ ମାସ ତଳେ ଏହି ବିଧବା ମହିଳାଙ୍କ ନାଁରେ ଅନ୍ୟ ଜଣେ ମହିଳା ମରି ଯାଇ ଥିଲେ । ମରି ଯାଇ ଥିବା ମହିଳା ଏହି ବିଧବା ମହିଳା ବୋଲି ଭାବି ରାସନ କାର୍ଡ ବନ୍ଦ କରି ଦେଇଛି ଯୋଗାଣ ବିଭାଗ । ପ୍ରକୃତ ତଥ୍ୟ ନ ପାଇ ଜଣେ ୬୦ ବର୍ଷର ବିଧବା ଗରୀବ ମହିଳାଙ୍କର ରାସନ କାର୍ଡ ବନ୍ଦ କରିବା ଓ ଏଇଥି ପାଇଁ ଉକ୍ତ ମହିଳା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପାଇବାରୁ ବଞ୍ଚିତ ହୋଇଥିବା ବିଷୟକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । କି ଭଳି ଭାବେ ଅଧିକାରୀ ଜାଣି ପାରିଲେ ନାହିଁ ବୋଲି ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।

ପ୍ରାପ୍ତ ସୂଚନା ଅନୁସାରେ କୋଲନରା ବ୍ଲକ ସଦର ଗାଁର ଆଦିବାସୀ ସାହି ପାଖରେ ଥିବା ମେଦ୍ରୀ ସାହିରେ ରହୁଥିବା ୬୦ ବର୍ଷୀୟା ଏମ ନାରାୟଣ । ଦୈନିକ କାମ କରି ଚଳନ୍ତି । ସେ ବିଧବା ଭତ୍ତା ପାଉଥିବା ବେଳେ ଅନ୍ତର୍ଦ୍ୱୟ କାର୍ଡରେ ମାସକୁ ୩୫ କିଲୋ ଚାଉଳ ପାଇ ଦୁଃଖେ ସୁଖେ ଚଳି ଯାଉ ଥିଲେ। କିନ୍ତୁ ଗତ ୯ ମାସ ତଳେ ଆଉ ଜଣେ ମହିଳା ଏମ ନାରାଣା ଆମାଙ୍କର ମୃତ୍ୟୁ ହୋଇଥିଲା । ତତ୍କାଳୀନ ଏମ ଆଇ ବର୍ତ୍ତମାନ ଜୀବିତ ଥିବା ମହିଳା ମୃତା ବୋଲି ଦର୍ଶାଇ ରାସନ କାର୍ଡଟିକୁ କାଟି ଦେଇଥିଲେ । ଏହା ଜାଣିବା ପରେ ଗାଁର ୱାର୍ଡ ସଭ୍ୟ ଜି ରବି କୁମାର ଓ ଗାଁର ଯୁବକମାନେ ଏମ ଆଇଙ୍କୁ ଭେଟି ଏ ଭଳି ଭୁଲ ସମ୍ପର୍କରେ ଆଲୋଚନା କରିବା ସହ ଏଭଳି କାର୍ଯ୍ୟ କରିବା ଠିକ ନୁହେଁ ବୋଲି କହିଥିଲେ । ସେତେ ବେଳେ ୬ ମାସର ଚାଉଳ ମହିଳାଙ୍କୁ ମିଳିବା ସହ କାର୍ଡ ସଂଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ୨ ମାସ ତଳେ ସେ ଏଠାରୁ ଅନ୍ୟତ୍ର ବଦଳି ହୋଇ ଚାଲି ଯାଇଥିବା ବେଳେ, କାର୍ଡ ସଂଯୋଗ ହୋଇ ନ ଥିବା ଯୋଗୁଁ ମହିଳା ଜଣଙ୍କ ଦୁଇ ମାସ ହେଲା ଚାଉଳ ପାଇ ପାରି ନାହାନ୍ତି ଓ ଏଥିପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବି ହରେଇଛନ୍ତି । ଏହାକୁ ନେଇ ଆଜି ପୁଣି ଯୁବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ଏଭଳି ଗରୀବ ମହିଳାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହ ଚାଉଳ, ସ୍ବାସ୍ଥ୍ୟ କାର୍ଡ, ଓ ରାସନ କାର୍ଡ ଯୋଗେଇ ଦେବା ପାଇଁ ୱାର୍ଡ ସଭ୍ୟ ଜି ରବି କୁମାର, ୱାର୍ଡ ସଭ୍ୟା ପଦ୍ମା ମିଣିଆକା, ପି ଗୌରୀ ଶଙ୍କର, କିରଣ ଚୌଧୁରୀ, ଲାଜର କିଲାନି, ଆଇ ସାଇ କୁମାର, ଜି ଶଙ୍କର ରାଓ, ପି ଲକ୍ଷ୍ମଣ, ଏ ଚାଣ୍ଟି, ଅର କେ ନାଇଡୁ, ପ୍ରମୁଖ ଦାବୀ କରିଛନ୍ତି । ଏହି ସୂଚନା ନେଇ ପୂର୍ବରୁ ଥିବା ମାର୍କେଟିଂ ଅଫିସର ସତ୍ୟ ନାରାୟଣ ଭୋଇଙ୍କୁ ଯୋଗାଯୋଗ କରିବାରୁ କୌଣସି ଫୋଳପ୍ରଦ ହୋଇ ପରିନଥିଲା । ଏହି ଭଳି ଦାୟିତ୍ୱ ବିହୀନ କାମ କଲେ ବହୁତ ନିରୀହ ଲୋକମାନେ ଚାଉଳ ପାଇବାରେ ବଞ୍ଚିତ ରହିବେ ବୋଲି ବୁଦ୍ଧି ଯିବି ମାନେ ଦୁଃଖ ପ୍ରକାଶ କରିଛନ୍ତି । ଏହିପରି ଅଧିକାରୀଙ୍କୁ ଚାକିରିରୁ ବିଦାୟ କରିବାକୁ ଦାବି ହୋଇଛି ।

Leave A Reply

Your email address will not be published.