କଲ୍ୟାସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ପାଟବନ୍ଧ ଗାଁରେ ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ (ସୋଲାର ବୋର ) ନିର୍ମାଣ ହୋଇ ମାତ୍ର ୪ ମାସ ହେବ କାମରେ ଆସୁନି ହେଲେ ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଉକ୍ତ ଗାଁର ପ୍ରାୟ ୭୫ ଘର ରହିଥିବା ବେଳେ ପ୍ରାୟ ୪୦୦ ଲୋକ ସଂଖ୍ୟା ରହିଛନ୍ତି । ଏଠାରେ ତିନୋଟି ନଳ କୂପ ସହ ଗୋଟିଏ ସୋଲାର ବୋର ରହିଛି । ସୌର ଚାଳିତ ପାନୀୟ ଜଳପ୍ରକଳ୍ପ ପ୍ରାୟ ୪ମାସ ହେବ କରାଯାଇଛି କିନ୍ତୁ ଗୋଟିଏ ମାସ ପାଣି ବାହାରିବା ପରେ ବନ୍ଦ ହୋଇଯାଇଛି । ଯେଉଁ ନଳକୂପରେ ସୌର ଚାଳିତ ଲଗାଇ ସୁଧ ପାନୀୟଜଳ ବ୍ୟବସ୍ଥା କରାଯାଇଛି ତାହା ବେକାର ହୋଇଛି । ଖାଲି ନଳକୂପ ଭଲ ଥିଲା ବୋଲି ଗ୍ରାମବାସୀ କହିଛନ୍ତି । ଏହାକୁ ଦୁଇଟି ନଳକୂପ ସମ୍ପୂର୍ଣ ଅଚଳ ରହିଥିବା ବେଳେ ଅନ୍ୟ ଗୋଟିଏ ନଳ କୂପରୁ କାଦୁଅ ଓ ଛୋଟ ଛୋଟ ଲୁହା ଖଣ୍ଡ ବାହାରୁ ଥିବାରୁ ତାହା ବ୍ୟବହାର ପାଇଁ ଉପଯୋଗୀ ହୋଇ ପାରୁନାହିଁ । ଉକ୍ତ ଗାଁ ଦେଇ ଯାଇଥିବା (ବାଟିଆ) କେନାଲରୁ ପାଣି ନେଇ ଘରେ ବ୍ୟବହାର କରୁଛନ୍ତି । କିଛି ପରିବାର ଲୋକେ ପୋଖରୀରୁ ପାଣି ଆଣି ବ୍ୟବହାର କରୁଥିବା କହିଛନ୍ତି । ଏହି ପାଣି ବ୍ୟବହାର କରି ବିଭିନ୍ନ କାଛୁ କୁଣ୍ଡିଆ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ଗ୍ରାମବାସୀ କହିଛନ୍ତି । ଏଠାରେ ଗୋଟିଏ ବୋର ମଧ୍ୟ ଖୋଲାଯାଇଛି କିନ୍ତୁ ବିଦ୍ୟୁତ ଥିଲେ ତାହା କାର୍ଯ୍ୟକାରୀ ହେଉଛି ନ ହେଲେ ବନ୍ଦ ରହୁଛି । ପ୍ରାୟ ସମୟ ବିଦ୍ୟୁତ ରହୁନଥିବାରୁ ବୋରଟି କାମରେ ଲାଗୁନି । ଏହି ସମସ୍ୟାକୁ ନେଇ ପଞ୍ଚାୟତର ସରପଞ୍ଚ, ଗ୍ରାମ ସେବକ, ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ସଂସ୍ଥା ଗ୍ରୀନଟେକ ରିନୱେବଲ କମ୍ପାନୀ ଲଗାଇଥିବା କାରିଗରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ହେଲେ ଶୁଣୁ ନଥିବା ଗ୍ରାମବାସୀ କହିଛନ୍ତି ।
ନିର୍ବାଚନ ସମୟରେ ଭୋଟ ହାତେଇବା ପାଇଁ ନେତା ମନ୍ତ୍ରୀଙ୍କ ଦେଖା ମିଳେ ସେତେବେଳେ ବିଭିନ୍ନ ପ୍ରକାରର ଲାଳସା ଦେଖାଇ ଭୋଟ ନେଇଯାଇ ଯାଉଛନ୍ତି । ଗାଦିରେ ବସିବା ପରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଓ ଲାଳସାକୁ ସମ୍ପୂର୍ଣ ଭୁଲି ଯାଉଛନ୍ତି । ଯଦି ଗ୍ରାମବାସୀଙ୍କୁ ସୁଧ ପାନୀୟ ନ ମିଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମର ନରେନ୍ଦ୍ର କରସିକା, ଲଚମ୍ପତି ପାଲକା, ନରସିଂହ ହୁଈକା, କରସିକା ଗୋବି, ପୂର୍ଣ୍ଣିମା କାଡ୍ର।କା,ପ୍ରତିମା କାଡ୍ର।କା, କରସିକା ଅସନ୍ତି, କରସିକା ରେଲୋ ପ୍ରମୁଖ କହିଛନ୍ତି ।