ବିଶ୍ୱ ଏଡସ୍ ଦିବସ ୨୦୨୧ ଅବସରରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ

176

କନ୍ଧମାଳ : ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାତୀ’ ଫୁଲବାଣୀ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି, ଭୁବନେଶ୍ୱରଙ୍କ ମିଳିତ ସହଯୋଗରେ ବିଶ୍ୱ ଏଡସ୍ ଦିବସ-୨୦୨୧ ଅବ୍ୟବହିତ ପୂର୍ବରୁ ବିପଦ ସଙ୍କୁଳରେ ଥିବା ଗୃପ୍ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଫୁଲବାଣୀ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଅଛି । ଏହି ଦିବସ ପାଳନରେ ଏ ବର୍ଷର ଥିବା ବିଷୟବସ୍ତୁ “ଅସମାନତାକୁ ଦୂରକରି ଏଡସ୍ ସଂକ୍ରମଣକୁ ରୋକିବା ଓ ମହାମାରୀକୁ ଦୂରେଇବା” କୁ ଦୃଷ୍ଟିରେ ରଖି ୨୦୩୦ ମସିହା ମଧ୍ୟରେ ଲକ୍ଷ ରଖାଯାଇଥିବା ୯୫-୯୫-୯୫ (୯୫ ପ୍ରତିଶତ ସଂକ୍ରମିତଙ୍କର ନିୟମିତ ପରୀକ୍ଷଣ, ୯୫ ପ୍ରତିଶତ ଚିହ୍ନିତ ଏଚ୍.ଆଇ.ଭି. ସଂକ୍ରମିତଙ୍କ ଏ.ଆର୍.ଟି. ସେବନ ଓ ୯୫ ପ୍ରତିଶତଙ୍କର ଚିକିତ୍ସା ଓ ଯତ୍ନ) କୁ ପହଂଚିବା ଚେଷ୍ଟା କରାଯାଉଛି ।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରିଣୀ ମଞ୍ଜୁଳା ପ୍ରଧାନ ଯୋଗଦେଇ ଏଡସ୍ ସଂକ୍ରମଣକୁ ରୋକିବାକୁ ହେଲେ ପ୍ରଥମେ ନିଜ ଠାରୁ ସଞ୍ଜମତା ରକ୍ଷା କରିବା ପ୍ରକ୍ରିୟା ଆରମ୍ଭ କରି ସମାଜକୁ ସଚେତନତା କରିବାରେ ସହଯୋଗ କରିବାର ଆବଶ୍ୟକତା ଅଛି ବୋଲି କହିଥିଲେ । ଏଥିସହ ଜିଲ୍ଲା ଏଚ୍.ଆଇ.ଭି. ଏଡସ୍ର ସୁପରଭାଇଜର ଦେବାଶିଶ୍ ମିଶ୍ର ଓ ସମନ୍ୱିତ ପରାମର୍ଶ ଓ ରକ୍ତ ପରୀକ୍ଷା କେନ୍ଦ୍ରର ପରାମର୍ଶଦାତା ଗୋବିନ୍ଦ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତା ଗୁଡିକୁ ପରିଚାଳନା କରିଥିଲେ । ଏଥିରେ କୃତି ପ୍ରତିଯୋଗୀ ମାନଙ୍କୁ ଆଗାମୀ ଡିସେମ୍ବର ୧ ତାରିଖରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଥିଲେ । କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ଯୌନକର୍ମୀ ଓ କିନ୍ନର ମାନଙ୍କୁ ନିୟମିତ ରକ୍ତ ପରୀକ୍ଷା କରି ନିଜକୁ ସୁରକ୍ଷିତ ରଖିବା ସହ ସମାଜରୁ କିଭଳି ସଂକ୍ରମଣ ଦୂର କରିହେବ ସେ ଦିଗ ପ୍ରତି ଦୃଷ୍ଟିଦେବାକୁ ଆହ୍ୱାନ ଦିଆଯାଇଥିଲା । ଅନୁଷ୍ଠାନ ତରଫରୁ ଶଙ୍କରାନାରାୟଣ ମହାନ୍ତି ଓ ସାନ୍ତନୁ କୁମାର ମିଶ୍ର ଉପସ୍ଥିତ ରହି ଏଚ୍.ଆଇ.ବି. ସଂକ୍ରମଣକୁ ରୋକିବା ପାଇଁ ସରକାରୀ ସ୍ତରରେ ୩ ଗୋଟି ମାଧ୍ୟମକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଥିବା ବେଳେ ଗୋଟିଏ ମାଧ୍ୟମ ଯଥା ଅସୁରକ୍ଷିତ ଯୌନ ସଂପର୍କକୁ ନିଜେ ସଚେତନ ହେବା ସଙ୍ଗେ ସଙ୍ଗେ ସଞ୍ଜମତା ରକ୍ଷା କରାଯାଇପାରିଲେ ଆଗାକୁ ସଂକ୍ରମଣ ରୋକିହେବ ବୋଲି କହିଥିଲେ ।

ମଂଚ ପରିଚାଳନାରେ ସଂଯୋଗ ବିଶ୍ୱରଞ୍ଜନ କର ସହଯୋଗ କରିଥିଲେ ଓ ଲକ୍ଷଭେଦି ପ୍ରକଳ୍ପ ତରଫରୁ ଶ୍ରଦ୍ଧାଙ୍ଗିନୀ ମଲିକ, ସୀତା ରଣା, ସୁବାଶିନୀ ବେହେରା, ସସ୍ମିତା କହଁର, ଶୁଭସ୍ମିତା କହଁର, ଲୀଳାବତୀ ମଲିକ, ମିଲି ସାହାଣୀ ଓ ଝରଣା ଦିଗାଲ ପ୍ରମୁଖ କାର୍ଯ୍ୟକ୍ରମ ସଂପାଦନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.