୧୩ରେ ବିଧାନସଭା ଘେରିବେ ଗାଁସାଥୀ

180

ଭୁବନେଶ୍ୱର : ୫ ଦଫା ଦାବି ନେଇ ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ୧୩ ତାରିଖରେ ବିଧାନସଭା ଘେରାଉ କରାଯିବା ସହ କର୍ମକର୍ତାମାନେ ବିଧାୟକ/ ବିଧାୟିକା ମାନଙ୍କୁ ଭେଟିବେ । ସେହିପରି ୧୪ ତାରିଖ ଦିନ ମହାସମାବେଶ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳ କହିଛନ୍ତି ।

ପଂଚାୟତିରାଜ ବିଭାଗର ସ୍ଥାୟୀ ନିଯୁକ୍ତି , ମାସିକ ୮ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦେବା, ସମସ୍ତ ଗାଁସାଥୀ (ମେଟ୍) ରେ ସଠିକ୍ ରେଜିଷ୍ଟ୍ରଡ୍ କରିବା ସହିତ ଜିଓଟେକ୍ କାମ ଦିଆଯାଉ , ଜବକାର୍ଡଧାରୀଙ୍କ ନିଶ୍ଚିତ କର୍ମଯୋଗାଣ ଦିବସ ୧୦୦ ରୁ ୨୦୦ ଦିନକୁ ବୃଦ୍ଧି ଓ ଦୈନିକ ମଜୁରୀ ୩୦୦ ଟଙ୍କାରୁ ଊର୍ଦ୍ଧ୍ୱକୁ ବୃଦ୍ଧି ଏବଂ ମେଟ୍’ ପରିବର୍ତେ ପୁନର୍ବାର ଗାଁସାଥୀ ପଦବୀକୁ କାଏମ୍ ରଖିବା କୁ କମିଟି ଦାବି କରିଛି ।

Leave A Reply

Your email address will not be published.