ବିପଦ ଅବସ୍ଥାରେ ରାସ୍ତା ମଝିରେ ରହିଛି ବିଦ୍ୟୁତ୍ ଖୁଣ୍ଟ

185

ନୂଆପଡା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଛକରୁ ସିନାପାଲି ଦେଇ ଯାଇଥିବା ମୁଖ୍ୟ ରାସ୍ତା ୱାର୍ଡ ନମ୍ବର ୧୦ ସ୍ଥିତ ଲକ୍ଷ୍ମୀ ଚୌକ ଠାରେ ଏକ ବିଦ୍ୟୁତ୍ ଖୁଣ୍ଟ ରାସ୍ତା ମଝିରେ ରହିଛି । ଯାହା ଫଳରେ ଅନେକ ସମୟରେ ନାନା ଅସୁବିଧା ଦେଖା ଯାଉଥିଲା ଅଭିଯୋଗ ହୋଇଛି । ଏହି ରାସ୍ତାଟି ସହରର ମୁଖ୍ୟ ରାସ୍ତା ହୋଇଥିବା ହେତୁ ଅନେକ ସମୟରେ ରାସ୍ତାଟି ଭିଡ଼ ରହିଥାଏ ଏବଂ ଏହି ରାସ୍ତାରେ ପ୍ରାୟତଃ ଭାରିଯାନ ଗୁଡ଼ିକ ଯିବା ଆସିବା କରିଥାଏ । ଏପରି କି ଅନେକ ସମୟରେ ଏହି ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳିଥାଏ । ଏହି ଛକ ଦେଇ ଇଣ୍ଡନ ଗ୍ୟାସ ଗୋଦାମ ରହିଛି ଯାହାଫଳର ଗ୍ୟାସ ଗାଡ଼ି ଗୁଡ଼ିକ ମଧ୍ୟ ଲମ୍ବା ଲଗାଇଥାନ୍ତି । ହେଲେ ରାସ୍ତାରେ ଥିବା ଏହି ବିଦ୍ୟୁତ୍ ଖୁଣ୍ଟକୁ ମୁଖ୍ୟ ରାସ୍ତାରୁ ଅନ୍ୟତ୍ର ସ୍ଥାପନ କରିବାକୁ ପଡ଼ାବାସୀ ନିର୍ମଳ ଦଣ୍ଡସେନା, ଚନ୍ଦନ ସାହୁ, ଘନଶ୍ୟାମ ଜାଲ, ଗୌତମ ଯୋଶୀ, ଗୋବିନ୍ଦ ସାହୁ, ଖଗେଶ୍ବର ନାୟକ, ନବୀନ ସାହୁ, ଅଜୟ ପାଢ଼ୀ, ରମେଶ ଚନ୍ଦ୍ର ମହାଉତି, ଜୟଦେବ କାଣ୍ଡ,ସରୋଜ ସାହୁ ଦାବି କରିଛନ୍ତି ।

Leave A Reply

Your email address will not be published.