ପାରଳାଖେମୁଣ୍ଡି : ଭୁବନେଶ୍ୱର ସ୍ଥିତ ବାରତୀୟ ସ୍କାଉଟ ଆଣ୍ଡ ଗାଇଡ ଭବନରେ ଗତ ୮ରୁ୧୧ ତାରିଖ ପର୍ଯ୍ୟନ୍ତ ୪ଦିନ ବ୍ୟାପି ରାଜ୍ୟସ୍ତରୀୟ ଏକ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଥିବାର ଜଣାପଡିଛି । ଉକ୍ତ ଉତ୍ସବରେ ଭାରଥୀୟ ସ୍କାଉଟ ଆଣ୍ଡ ଗାଇଡର ସଭାପତି ଅତନୁ ସବ୍ୟସାଚୀ ନାୟକ, ଚିଫ୍ କମିଶନର କାଳୀ ପ୍ରସାଦ ମିଶ୍ର, ହାଇଟେକ୍ କଲେଜର ପ୍ରଫେସର ଡ. ଚିତ୍ତରଞ୍ଜନ ସାହାଣୀ ପ୍ରମୁଖ ଯୋଦେଇ ଉଦ୍ଘାଟନ କରିଥିବା ବେଳେ ମହିଳା କମିଶନର ବି. ବେହେରା, ଜଏଣ୍ଟ ଡାଇରେକ୍ଟର ପ୍ରକାଶ ଯୋଗୀ ଏବଂ ଅଶୋକ କୁାର ରଥ ଉତ୍ସବଟିକୁ ଉଦ୍ଯାପନ କରିଥିଲେ । ଏହି ଉତ୍ସବ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୩ ଗୋଟି ଦଳ ଅଂଶ ଗ୍ରହଣ କରି ନିଜ ନିଜ ଜିଲ୍ଲାରୁ କଳା, ସଂସ୍କୃତି ତଥା ପରମ୍ପାରାକୁ ଆଧାର କରି ବଭିନ୍ନ ନୂୃତ୍ୟ ପ୍ରଦର୍ଶିତ କରାଇ ଦର୍ଶଙ୍କମାନଙ୍କୁ ବିମୋହିତ କରିଥିଲେ । ଶ୍ରେଷ୍ଠ ନୃତ୍ୟ କଳା ପ୍ରଦର୍ଶନ କରି ଗଜପତି ଜିଲ୍ଲାର ଆର୍.ଉଦୟଗରି ବ୍ଲକର ସରକାରୀ ଉଚ୍ଚବିଦ୍ୟାଳୟ କେ.ଏମ୍. ଭାଲିଆସାହିର ଛାତ୍ରୀମାନେପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାପାଇଁ ଗୌରବ ଆଣପାରିଛନ୍ତି ।ଉତ୍ତମ ନୃତ୍ୟ ପରିବେଶଣ କରିବାରୁ ୫ଟି ସ୍ୱର୍ଣ୍ଣ ପଦକ ସହିତ ମାନପତ୍ର ଏବଂ ଫଳକ ପ୍ରଦାନ କରାଯାଇଥିଲା । ତତ୍ ସହିତ ଫେସନ ସୋରେ ମଧ୍ୟ ଶ୍ରେଷ୍ଠ ବିବେଚିତ ହୋଇ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଆନନ୍ଦର ଲହରୀ ଖେଳାଇଦେଇଛନ୍ତି । ଏହି ସଫଳତା କେବଳ ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇ ନହାନ୍ତି ଏହା ଜିଲ୍ଲାପାଇଁ ଗୌରବ ଆଣିଦେଇଛନ୍ତି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଶ କୁମାର ନାୟକ ଏବଂ ବ୍ଲକ ଶିକ୍ଷାଧିକାରୀ ବିଶ୍ୱନାଥ ଭୂୟାଁ କହିଛନ୍ତି । ଏହି ସଫଳତା ପଛରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦଳବେହେରା, ଶାରୀରିକ ଶିକ୍ଷା ନିରିକ୍ଷକ ସଞ୍ଜୟ କୁମାର ପାତ୍ର, କିଶୋର କୁମାର ଦାସ, ସ୍କାଉଟ ଏବଂ ଗାଇଡ୍ ଶିକ୍ଷକ ପ୍ରହଲ୍ଲାଦ, ଝୁନୁ ରଇତ ପ୍ରମୁଖ ସହଯୋଗ କରିଥିବା ବେଳେ ନୃତ୍ୟ ଶିକ୍ଷକ ଆଲୋକ ପ୍ରଧାନ ନୃତ୍ୟ ଶିକ୍ଷାଦାନ କରାଇଥିଲେ । ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀନାୟକ କଳାକାର ।ନଙ୍କୁ ସ୍ୱାଗତ ଜଣାବା ସହ କୃତଜ୍ଞତା ଜ୍ଞାପନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.