ଚିତରଞ୍ଜନ ମୃତ୍ୟୁ ମାମଲାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦେଶ ଦେଲେ ଡିଜି

157

ଭୁବନେଶ୍ୱର : ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଘରୋଇ ସୁରକ୍ଷା କର୍ମୀ ଚିତରଞ୍ଜନ ପଲେଇ (୨୨)ଙ୍କ ମୃତ୍ୟୁ ମାମଲାରେ ବିବାଦ ବଢିବା ପରେ ଏହି ମାମଲାର କ୍ରାଇମ ବ୍ରାଂଚ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦେଶକ ଅଭୟ । ଡିଜିପି କାର୍ୟ୍ୟାଳୟ ପକ୍ଷରୁ ଏ ନେଇ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଚିତରଂଜନଙ୍କୁ କିଏ ଏବଂ କାହିଁକି ହତ୍ୟା କଲା, ଏହା ପଛର କାରଣ କ୍ରାଇମ ବ୍ରାଂଚ ଖୋଜିବ ।

ଉଲ୍ଲେଖନୀୟ ଯେ , ଗତ ୧୧ ତାରିଖରେ ଚିତରଞ୍ଜନ ଭୋଜି କରିବାକୁ ଯାଇ ଆଉ ଫେରି ନଥିଲେ । ଡିସେମ୍ବର ୧୩ରେ ପୁରୀ ସଦର ଥାନା ଅନ୍ତର୍ଗତ ଭାର୍ଗବୀ-ନୂଆନଈଠାରେ ଚିତରଞ୍ଜନଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଚିତରଞ୍ଜନଙ୍କୁ ତାଙ୍କ ସାଙ୍ଗମାନେ ଅପହରଣ ପରେ ହତ୍ୟା କରିଥିବା ଅଭିଯୋଗ କରି ତାଙ୍କ ପରିବାର ବର୍ଗ ପକ୍ଷରୁ ଥାନାରେ ଏତଲା ଦିଆ ଯାଇଥିଲା ।

Leave A Reply

Your email address will not be published.