ଡାକ୍ତର ସ୍ୱାମୀ ପତ୍ନୀଙ୍କୁ ଛାଡି ପଳାଇବା ଘଟଣା : ଅଡ଼ିଓ ବାର୍ତା ଜାରୀ କଲେ ସ୍ୱାମୀ ସୁମିତ୍

183

ଗଞ୍ଜାମ : ବ୍ରହ୍ମପୁର ସହର ବ୍ରହ୍ମାନଗର ଦ୍ୱିତୀୟ ଲେନ୍ ର ତପସ୍ୱିନୀ ଦାଶ ନାମ୍ନୀ ଜଣେ ନବ ବିବାହିତା ମହିଳାଙ୍କୁ ଶାଶୁଘର ଲୋକେ ଶାରିରୀକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ ଆଜି ଡ଼ାକ୍ତର ସ୍ୱାମୀ ସୁମିତ ସାହୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଏକ ଅଡ଼ିଓ ବାର୍ତାରେ କହିଛନ୍ତି ଯେ, ସେ କୁଆଡେ ଯାଇନାହାଁନ୍ତି କିମ୍ବା ଫେରାର୍ ହୋଇନାହାଁନ୍ତି । ସେ ଶାରିରୀକ ଓ ମାନସିକ ଭାବେ ସମ୍ପୂର୍ଣ୍ଣ ଅସୁସ୍ଥ ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏବଂ ବିଧିବଦ୍ଧ ଭାବେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଛୁଟିରେ ଅଛନ୍ତି । ସେ ପତ୍ନୀ ତପସ୍ୱିନୀଙ୍କ ସହିତ ଏକାଠି ୭ ଦିନ ରହିବା ସତ୍ୱେ ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ସୃଷ୍ଟି ହୋଇପାରିନାହିଁ । ତପସ୍ୱିନୀ ବିଭିନ୍ନ ଗଣମାଧ୍ୟମ ସମ୍ମୁଖରେ ମୋତେ ବଦନାମ କରି ବର୍ବାଦ କରିଦେଇଛନ୍ତି । ମୁଁ ସାଙ୍ଗ ସାଥୀଙ୍କ ସହ ମିଶି ଘରଭଡ଼ା ନେବା ପାଇଁ ଉଦ୍ୟମ କରୁଛି । ମୁଁ ଠିକ୍ ସମୟରେ କୋର୍ଟରେ ଉପସ୍ଥିତ ହେବି । ଯାହା କହିବାର କଥା କୋର୍ଟଙ୍କ ନିକଟରେ ଜଣାଇବି ବୋଲି ଏହି ଅଡ଼ିଓ ବାର୍ତାରେ ସୁମିତ୍ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ନବବଧୂ ତପସ୍ୱିନୀଙ୍କୁ ଡ଼ାକ୍ତର ସ୍ୱାମୀ ସୁମିତଙ୍କ ସହିତ ପ୍ରଥମେ ସାତ ଦିନ ଏକାଠି ରହିବା ପାଇଁ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ଅବଧି ଗତ ୯ ତାରିଖରେ ଶେଷ ହେବା ପରେ ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀ ଆସନ୍ତା ୧୭ ତାରିଖ ଯାଏ ଏକତ୍ର ଆସିକାରେ ଭଡ଼ା ଘରେ ରହିବାକୁ କୋର୍ଟ ପରବର୍ତି ନିର୍ଦ୍ଦେଶ ଦେଇଥିଲେ । ମାମଲାର ପରବର୍ତି ଶୁଣାଣି ଆସନ୍ତା ୧୭ ତାରିଖରେ ହେବା ନେଇ କୋର୍ଟ ଦିନଧାର୍ଯ୍ୟ କରିଛନ୍ତି । ତେବେ ଇତିମଧ୍ୟରେ ତପସ୍ୱିନୀଙ୍କୁ ଛାଡ଼ି ଡାକ୍ତର ସ୍ୱାମୀ ସୁମିତ ପଳାଇଥିବା ଅଭିଯୋଗ ହୋଇଛି । ତପସ୍ୱିନୀଙ୍କ ଏହି ଅଭିଯୋଗ ପରେ ସୁମିତ୍ ଅଡ଼ିଓ ଜାରୀ କରିଛନ୍ତି ।

Leave A Reply

Your email address will not be published.