ହାଇସ୍କୁଲ ଛାତ୍ରମାନଙ୍କୁ ଖାଉଟି ସଚେତନତା ତାଲିମ୍ କାର୍ଯ୍ୟକ୍ରମ

154

ବଲାଙ୍ଗିର : ଖାଉଟି ସଚେତନତା ପକ୍ଷ ପାଳନ ଅବସରରେ ଆଜି ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଶାଖା ପକ୍ଷରୁ ସ୍ଥାନୀୟ ପତିତପାବନ ଏକାଡେମୀ ହାଇସ୍କୁଲର ଅଷ୍ଟମରୁ ଦଶମ ଶ୍ରେଣି ଛାତ୍ରମାନଙ୍କୁ ନେଇ ଗ୍ରାହକ ସଚେତନତା ତାଲିମ୍ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ରାଜ୍ୟ ଉପ ସଭାପତି ଶଶିଭୂଷଣ ପୁରୋହିତ ଛାତ୍ରମାନଙ୍କୁ ଖାଉଟି କଲ୍ୟାଣ ଯୋଜନାରେ ଥିବା ବ୍ୟବସ୍ଥା ସମ୍ପର୍କରେ ବିଷଦ ଆଲୋଚନା କରିବା ସହ ଆଇନର ବ୍ୟବସ୍ଥା ତଥା ଏହାର ଉପଯୋଗ ସମ୍ପର୍କରେ କହିଥିଲେ । ସଭାପତି ଶ୍ରୀ ଶତପଥୀ ପିଲାଙ୍କୁ ଆମେ ବଜାର ବେଳେ ସବୁଦିନେ ସାମନା କରୁଥିବା ସମସ୍ୟାର ସମାଧାନ ଓ ଠକାମିରୁ ବର୍ତିବା ପଇଁ ସଚେତନତା ଉପରେ କହିଥିଲେ । ରାଜ୍ୟ ପ୍ରଚାର ପ୍ରସାର ପ୍ରମୁଖ ଇଞ୍ଜିନିୟର କିଶୋର ମୋହନ ମିଶ୍ର ଖାଉଟି ସମସ୍ୟା ଦୂରୀକରଣ ଓ ସଚେତନତା ଦିଗରେ ଗ୍ରାହକ ପଞ୍ଚାୟତ ନେଇଥିବା ପଦକ୍ଷେପର ବିବରଣୀ ପ୍ରଦାନ ସହ ଆମେ କିପରି ଆମ କାମ ହାସଲ କରିପାରିବା ତାର ଉପାୟ କହିଥିଲେ ।

ଆରମ୍ଭରେ ଶିକ୍ଷକ ସୁନୀଲ କୁମାର ବେହେରା ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାକ୍ ସୂଚନା ଦେଇଥିଲେ। ହେଡ ମାଷ୍ଟର ଶିନୁ ସୁନ୍ଦର ପାଢୀ ତାଙ୍କର ବକ୍ତବ୍ୟରେ ପିଲାକୁ ତାଙ୍କ ପାଇଁ ସଚେତନତା କହିକି ଉପଯୋଗୀ ତାହା ଉପରେ କହିବା ସହ ଜ୍ଞାନ ଅର୍ଜନ ପାଇଁ ଜାଣିବାକୁ ମନ ଧ୍ୟାନ ଦେଲେ । ଯାହା ଦୈନନ୍ଦିନ ଜୀବନରେ ଉପଯୋଗୀ ହେବ ବୋଲି କହିଥିଲେ । ଶେଷରେ ସ୍କୁଲ୍ ର ଶିକ୍ଷୟତ୍ରୀ ଅଂଶୁକା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏଥି ପୂର୍ବରୁ ଭାରତମାତା ଓ ସ୍ୱାମୀ ବିବେକାନନ୍ଦଙ୍କ ପୂଜନ କରାଯାଇଥିଲା ।

Leave A Reply

Your email address will not be published.