ପାରଳାଖେମୁଣ୍ଡି, ୨୯ା୧୨ : ଗଜପତି ଜିଲ୍ଲା ଅବକାରୀ ବିଭାଗକୁ ଏକ ସଫଳତା ମିଳିଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ସୁବ୍ରତ କୁମାର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି ବଡି ଭୋର ସମୟରେ ଗଜପତି ଜିଲ୍ଲାରୁ ସୁଦୁର ମହାରାଷ୍ଟ୍ରକୁ ୯୫ଲକ୍ଷ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ବେଳେ ଅବକାରୀ ସ୍କ୍ୱାର୍ଡ ଜବତ କରିଛନ୍ତି । ଏହି ଘଟଣାରେ ଅବକାରୀ ବିଭାଗ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ଘଟଣାରୁ ପ୍ରକାଶ ଆଜି ଭୋର ସକାଳ ସମୟରେ ଏହି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ମାର୍ଲବା ଘାଟି ଠାରେ ପାରଳାଖେମୁଣ୍ଡି ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ଜବତ କରାଯାଇଥିଲା । ଏହି ଗଞ୍ଜେଇ ଗଜପତି ଜିଲ୍ଲା ଚାନ୍ଦିପୁଟ ଗ୍ରାମାଞ୍ଚଳରୁ ଏମ୍ଏଚ୍ ୧୮ ବିଜି ୯୪୫୭ ନମ୍ବର ବିଶିଷ୍ଟ ମିନି ଟ୍ରକ ଟି ମହାରାଷ୍ଟ୍ର ଅଭିମୁଖେ ଚୋରା ଚାଲାଣ ହେଉଥିବା ବେଳେ ମାର୍ଲବା ଘାଟି ରାସ୍ତାରେ ଅବକାରୀ ସ୍କ୍ୱାର୍ଡ ଚଢଉ କରି ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଏଥିରେ ଗଞ୍ଜେଇ ଥିବାର ଦେଖିବାକୁ ପାଇଥିଲେ । ଏହାପରେ ଏହି ଗଞ୍ଜେଇ ଭର୍ତ୍ତି ମିନିଟ୍ରକଟିକୁ ଜବତ କରି ପାରଳାଖେମୁଣ୍ଡି ଅବକାରୀ କାର୍ଯ୍ୟାଳୟକୁ ଆଣି ଏହାର ଓଜନ କରାଯାଇଥିଲା । ମାପଓଜନ ପରେ ଏହା ମୋଟ ୧୯୦୦କେଜି ଓଜନର ଗଞ୍ଜେଇ ରହିଥିବା ସ୍ୱଷ୍ଟ ହୋଇଥିଲା । ଏହି ଗଞ୍ଜେଇକୁ ଜବତ କରାଗଲା । ଗଞ୍ଜେଇର ମୂଲ୍ୟ ପ୍ରାୟ ୯୫ଲକ୍ଷ ଟଙ୍କା ହେବ ଏବଂ ଘଟଣାରେ ସମ୍ପୃକ୍ତ ଆଲୋକ ରଂଜନ ସ୍ୱାଇଁ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ ସୁବ୍ରତ କୁମାର ସେଠୀ ସୂଚନା ପ୍ରଦାନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.