ଫେବୃଆରୀ ୧୬ରୁ ପଞ୍ଚାୟତ ଭୋଟ

352

ଭୁବନେଶ୍ୱର ୧୧।୦୧ : ସବୁ ଆଶା ଓ ଆଶଙ୍କାରେ ପଡିଲା ପୂର୍ଣ୍ଣଚ୍ଛେଦ । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ପ୍ରେସ୍‌ମିଟ୍‌ ଜରିଆରେ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ନିର୍ବାଚନ କମିଶନରଙ୍କ ସୂଚନାଅନୁସାରେ, ନିର୍ବାଚନ ପାଇଁ ଜାନୁଆରୀ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏହା ଜାନୁଆରୀ ୨୧ ଯାଏଁ ଚାଲିବ । ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ସେହିପରି ୨୫ ତାରିଖ ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସୁଯୋଗ ମିଳିବ । ଜାନୁଆରୀ ୨୮ରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ତେବେ ୫ମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ଫେବୃଆରୀ ୧୬ରେ ପ୍ରଥମ, ୧୮ରେ ଦ୍ୱିତୀୟ, ୨୦ରେ ତୃତୀୟ, ଚତୁର୍ଥ ପର୍ଯ୍ୟାୟ ୨୨ ଓ ଫେବୃଆରୀ ୨୪ ତାରିଖରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଭୋଗ ଗ୍ରହଣ ଦିନ ସକାଳ ୯ଟାରୁ ସନ୍ଧ୍ୟା ୮ଟା ଯାଏଁ କାର୍ଯ୍ୟକ୍ଷମ ହେବ । ପଞ୍ଚାୟତ ନିର୍ବାଚନ ପାଇଁ କଣ୍ଡ୍ରୋଲ ରୁମ୍ ଖୋଲିଯାଇଛି । ଏହାପରେ ଫେବୃଆରୀ ୨୬, ୨୭,୨୮ରେ ଭୋଟ ଗଣତି ହେବ । ପ୍ରତି ବ୍ଲକ ସ୍ତରରେ ହେବ ଭୋଟ ଗଣତି କେନ୍ଦ୍ର । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ଯାହା ଫେବୃଆରୀ ୨୮ ପର୍ଯ୍ୟନ୍ତ ରହିବ ।

Leave A Reply

Your email address will not be published.