ଭୁବନେଶ୍ୱର : ରାଜ୍ୟରେ ପାଳନ ହେବନି ମକର ସଂକ୍ରାନ୍ତି ଓ ପୋଙ୍ଗଳ। ଏଥିପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଆଖିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସାଧାରଣତଃ ଏହି ଅବସରରେ ଶ୍ରଦ୍ଧାଳୁମାନେ ନଦୀ, ପୁଷ୍କରିଣୀ ଆଦି ନିକଟରେ ଭିଡ଼ ଜମାଇଥାନ୍ତି। ସେମାନେ ବୁଡ଼ ପକାଇଥାନ୍ତି। ହେଲେ ଏଥର ଏସବୁକୁ ବାରଣ କରାଯାଇଛି। ଏହାଛଡ଼ା ମନ୍ଦିରରେ ସର୍ବସାଧାରଣଙ୍କ ପୂଜାର୍ଚ୍ଚନା କରିବାକୁ ମନା କରାଯାଇଛି। ସମସ୍ତଙ୍କୁ ଘରେ ରହି ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଏସ୍ଆର୍ସି। କୋଭିଡ୍ ସଂକ୍ରମଣକୁ ଦେଖି ଗହଳି ନ କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ନଦୀ ଘାଟ, ପୁଷ୍କରିଣୀ, ସମୁଦ୍ର ତଟରେ ବୁଡ଼ ପକାଇବା ମନା ହୋଇଛି। ମକର ମେଳାରେ ଉତ୍ସବ ପାଳନ କରିବା ସମ୍ପୂର୍ଣ୍ଣ ବାରଣ ହୋଇଛି। ଧର୍ମାନୁଷ୍ଠାନରେ କେବଳ ରୀତିନୀତି କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ଅବହେଳା ବା ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏନେଇ ସବୁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ପୌର କମିସନର ଓ କଟକ-ଭୁବନେଶ୍ୱର ଟୁଇନସିଟି ପୁଲିସ କମିସନରଙ୍କୁ ମଧ୍ୟ ସୂଚିତ କରାଯାଇଛି।
Sign in
Sign in
Recover your password.
A password will be e-mailed to you.