ପିପିଲି,୧୫/୧: ଭୁବନେଶ୍ୱରରୁ ବାହାରିଥିବା କ୍ୱିନସ୍ ବାଟନ ରିଲେକୁ ଆଜି ପିପିଲିରେ ସ୍ୱାଗତ କରାଯାଇଛି । ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଠ ୮ ପର୍ଯ୍ୟନ୍ତ ଇଂଲଣ୍ଡର ବର୍ମିଂହାମ ଠାରେ ଆୟୋଜିତ ହେବାକୁ ଥିବା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ ପାଇଁ ଓଡ଼ିଶାର ବିଶିଷ୍ଠ କ୍ରୀଡ଼ାବିତଙ୍କ ପୁରୀ ଗସ୍ତ ପରିପ୍ରେକ୍ଷୀରେ ପିପିଲି ହାଟଛକଠାରେ ସ୍ୱାଗତ କରାଯାଇଛି । ଏକ ସୁସଜ୍ଜିତ ସ୍ୱତନ୍ତ୍ର ଗାଡିରେ ଏହି କ୍ୱିନ୍ସ ବାଟନ ସହ ଓଡିଶାର ବିଶିଷ୍ଟ କ୍ରୀଡାବିତ୍ ସୁନିତା ଲାକ୍ରା, କେ. ରବିକୁମାର, ଦୁତି ଚାନ୍ଦଙ୍କ ସମେତ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ଅଧିକାରୀମାନେ ଥିବା ବେଳେ ପିପିଲି ହାଟଛକ ଠାରେ ତହସିଲଦାର ସପନ କୁମାର ନନ୍ଦ, ପୁଲିସ ଏସ୍ଆଇ ସନ୍ଦୀପ କୁମାର ଦାସ, ଏଏସ୍ଆଇ ପ୍ରକାଶ କୁମାର ମଲ୍ଲିକ, ପିପିଲି ଟାଏକୋଣ୍ଡ ଏକାଡେମୀର ପ୍ରଶିକ୍ଷକ ନୃସିଂହ ସିଂ, ଅଂଚଳର ବରିଷ୍ଠ ସାମ୍ବାଦିକ ରାଜକିଶୋର ସ୍ୱାଇଁ, ଦ୍ୱିତିକୃଷ୍ଣ ପଟ୍ଟନାୟକ, ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ଦିବାକର ଷଡଙ୍ଗୀ, ଚନ୍ଦ୍ରମାଧବ ମିଶ୍ର, ମନୋରଞ୍ଜନ ମହାପାତ୍ରଙ୍କ ସମେତ କ୍ରୀଡାବିତ୍ମାନେ ଏହି ରିଲେକୁ ସ୍ୱାଗତ କରିଥିଲେ । ଏହା ପିପିଲିରୁ ଏହା ସାକ୍ଷୀଗୋପାଳ ଦେଇ ପୁରୀ ଓ କୋଣାର୍କ ଅଭିମୁଖେ ଯାତ୍ରା କରିଥିଲା ।
Sign in
Sign in
Recover your password.
A password will be e-mailed to you.