ଭାରତୀୟ ମିସାଇଲର ଜବାବ ଦେବାକୁ ଚେଷ୍ଟା କରୁଛି ପାକିସ୍ତାନ

354
ଭାରତୀୟ ମିସାଇଲର ଜବାବ ଦେବାକୁ ଚେଷ୍ଟା କରୁଛି ପାକିସ୍ତାନ

ଡୁମାଣୀ ଟିଭି,୧୮/୩ : ଭାରତ ଓ ପାକିସ୍ତାନର ଲୁଚକାଳି ଖେଳ ବିଷୟରେ ସମସ୍ତଙ୍କୁ ଜଣା । ଭାରତ ମାର୍ଚ୍ଚ ୯ ତାରିଖରେ ଟେଷ୍ଟିଙ୍ଗ କରିବା ସମୟରେ ଭୁଲବସତଃ ପାକିସ୍ତାନ ସୀମାରେ ଭାରତୀୟ ମିସାଇଲ ପଡିବା ଘଟଣାର ଜବାବ ଦେବାକୁ ଚେଷ୍ଟା କରୁଥିଲା ପାକିସ୍ତାନ । ପାକିସ୍ତାନ ସିନ୍ଧର ଜମସୋରୋ ଆକାଶରେ ଗୁରୁବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ଗୁରୁବାର ଦିନ ପାଖାପାଖି ୧୨ଟା ସମୟରେ ଆକାଶରେ ଏକ ରକେଟ୍ ପରି ଧୂଆଁ ସୃଷ୍ଟି କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହା ଏକ ମିସାଇଲ ଥିଲା । ଏହାକୁ ପାକିସ୍ତାନ ଦ୍ୱାରା ସିନ୍ଧ ଇଲାକାରେ ପରୀକ୍ଷଣ କରାଯାଉଥିଲା । ପରୀକ୍ଷଣ ପାଇଁ ଦିନ ୧୧ଟା ସମୟ ଧାର୍ଯ୍ୟ କରାଯାଇଥିଲେ ବି ଟ୍ରାନ୍ସପୋର୍ଟର ଇରେକ୍ଟର ଲଞ୍ଚରରେ ସମସ୍ୟା ଯୋଗୁଁ ସ୍ଥଗିତ ରଖାଯାଇଥିଲା । ପରେ ୧୨ଟା ସମୟରେ ପରୀକ୍ଷଣ କରାଯାଇଥିଲା । ହେଲେ ଟେଷ୍ଟିଂ ହେବାର କିଛି ସେକେଣ୍ଡ ପରେ ମିସାଇଲ ଆକା ମାର୍ଗରେ ବାଟ ହୁଡିଯାଇଥିଲା । ଅଧବାଟରେ ଫୁସୁକିଯାଇଥିଲା ଏହି ମିସାଇଲ ।

Leave A Reply

Your email address will not be published.