ସରକାରଙ୍କ ବଡ଼ ଘୋଷଣା : ସବୁ ଜରୁରୀ ସହାୟତା ପାଇଁ ଏଣିକି ଡାଏଲ କରିବେ ‘୧୧୨’

156

ଭୁବନେଶ୍ୱର : ଜନସାଧାରଣଙ୍କ ସୁବିଧା ତଥା ତ୍ୱରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବଡ ନିଷ୍ପତି ନିଆଯାଇଛି। ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ ଏକୀଭୂତ କରି ଗୋଟିଏ ନମ୍ବର ୧୧୨ରେ ପରିଣତ କରାଯାଇଛି । ପୋଲିସ ଆମ୍ବୁଲାନ୍ସ, ଦମକଳ ତଥା ମହିଳା ହେଲ୍ପ ଲାଇନି ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଏଣିକି ଭିନ୍ନ ଭିନ୍ନ ନମ୍ବରକୁ ଡାଏଲ କରିବାକୁ ପଡିବ ନାହିଁ । ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଯୋଗାଇ ଦିଯାଉଥିବା ବିଭିନ୍ନ ଜରୁରୀ ସହାୟତା ଗୋଟିଏ ନମ୍ବର ୧୧୨ରେ ଉପଲବ୍ଧ ହେବ ଦ୍ୱାରା ଜନସାଧାରାଣାଙ୍କୁ ଅଧିକ ଦକ୍ଷତାର ସହ ଉତ୍ତମ ସେବା ଯୋଗାଇ ଦେବାରେ ପୋଲିସ ସଫଳ ହେବ ଏବଂ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଅଧିକ ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏଥିସହ ୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗର ୧୦୯୮ଟି ବିଭିନ୍ନ ପଦବୀ ସୃଷ୍ଟିକୁ ମଧ୍ୟ ଅନୁମୋଦନ କରିଛି। ଏହି ସେବା ପାଇଁ ୪ଜଣ ଡିଏସପି, ୧୫୧ ସବଇନ୍ସପେକ୍ଟର, ୨୦୩ ସରକାରୀ ସବଇନ୍ସପେକ୍ଟର ଏବଂ ୭୪୦ ଜଣ କନେଷ୍ଟବଲ ନିୟୋଜିତ ହେବେ ବୋଲି ଜଣାପଡିଛି ।

Leave A Reply

Your email address will not be published.