ପିଙ୍କ ଚା’

195
ପିଙ୍କ ଚା’

ଡୁମାଣୀ ଟିଭି,୨୦/୩ : ଦୁନିଆରେ ଭରି ରହିଛନ୍ତି ଚା ପ୍ରେମିକ । ଲୋକ ଏମିତି ବି ଅଛନ୍ତି ସକାଳ ହେଲେ ଚାଲିଯାଆନ୍ତି ଚା ପିଇବାକୁ । କିଏ କ୍ଷୀର ଚା ପିଇବାକୁ ପସନ୍ଦ କରେ ତ ଆଉ କିଏ ଲାଲ ଚା । ସେ ପୁଣି ବିଭିନ୍ନ ସ୍ୱାଦର । ତେବେ ସୁଗନ୍ଧିତ ସୁନ୍ଦର ଚା ଦିନକୁ ମଧ୍ୟ ସୁନ୍ଦର କରିଥାଏ । ଚା’ରେ ଅଦା ଠାରୁ ଆରମ୍ଭ କରି ଗୁଜୁରାତି ପର୍ଯ୍ୟନ୍ତ ଭିନ୍ନ ସ୍ୱାଦ ଦିଆଯାଏ। ଲକ୍ଷ୍ନୌରେ ଏପରି ଏକ ଚା’ ସ୍ୱାଦ ଉତ୍ପନ୍ନ ହୋଇଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଏଠାରେ ପିଙ୍କ୍ ତଥା ଗୋଲାପି ରଙ୍ଗର ଚା’ ଲୋକଙ୍କ ପାଇଁ ମିଳୁଛି । ଲୋକମାନେ ଏହି ଚା’ ପିଇବାକୁ ଧର୍ଯ୍ୟହରା ହେଉଛନ୍ତି । ତେବେ ଏହି ଚା’ରେ ଏମିତି କଣ ରହିଛି କି ଏତେ ଭିଡ ସହ ଲୋକଙ୍କ ଆଗ୍ରହ ବଢୁଛି ।
ଆଜି ପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ଗୋଟିଏ ରଙ୍ଗର ଚା’ର ଦେଖିଥିବେ । ଯଦି ଚା ’ଠିକ୍ ଭାବରେ ପ୍ରସ୍ତୁତ ହୋଇନଥାଏ । ତେବେ ଚା’ ପ୍ରେମୀଙ୍କୁ ଏହାର ରଙ୍ଗ ଦ୍ୱାରା ଜାଣି ଯାଆନ୍ତି କି ଏହାର ସ୍ବାଦ ନଥାଏ। କିନ୍ତୁ ବର୍ତ୍ତମାନ ବଜାରକୁ ଆସିଛି ଗୋଲାପୀ ରଙ୍ଗର ଚା’ । ଏହି ଚା’ର ରଙ୍ଗ ଗୋଲାପୀ ଏବଂ ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଗୋଲାପୀ ଚା ପିଇବାକୁ ଅପେକ୍ଷା କରିପାରୁ ନାହାନ୍ତି । ଅନେକ ଲୋକ ଏହି ଚାକୁ ଉପଭୋଗ କରି ପିଉଛନ୍ତି । ଏହାର ସ୍ୱାଦକୁ ମଧ୍ୟ ଖୁବ୍ ଭଲ ପାଉଛନ୍ତି । ବାସ୍ତବରେ, ଗୋଲାପୀ ଚା’ ରେ କାଶ୍ମୀରର ବିଶେଷତା ରହିଛି । ଏହାକୁ ନୁନ୍ ଚା’ମଧ୍ୟ କୁହାଯାଉଛି । ଏହି ଚା ମିଠା ନୁହେଁ ବରଂ ଏହା ନମକିନ୍ ତଥା ଲୁଣିଆର ସ୍ବାଦ ରହିଛି । ଏହା ହେଉଛି କାଶ୍ମୀରର ପାରମ୍ପାରିକ ଚା। ବର୍ତ୍ତମାନ ଲକ୍ଷ୍ନୌରେ ଏହି ଚା ’କୁ ପରିବେଷଣ କରାଯାଉଛି । ଜଣେ ବ୍ଲଗର୍ ଏହାର ଭିଡିଓ ସେୟାର କରି ଚାକୁ ଭାଇରାଲ୍ କରିଛି ।
ସୂଚନା ଅନୁସାରେ, @yumyumindia ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ଲୋକମାନେ ରାସ୍ତା କଡ଼ରେ ଗୋଲାପୀ ଚା ’ପରିବେଷଣ କରୁଥିବା ଦେଖାଯାଇଥିଲା ।

Leave A Reply

Your email address will not be published.