ଆସୁଛି ବାତ୍ୟା ଅସାନୀ

191
ଆଣ୍ଡାମାନ ଓ ନିକୋବାର ଦୀପପୁଞ୍ଜରେ ମାଡ଼ ହେବ

ଡୁମାଣୀ ଟିଭି,୨୦/୩ : ଆସୁଛି ବାତ୍ୟା ଅସାନୀ। ଆଣ୍ଡାମାନ ଓ ନିକୋବାର ଦୀପପୁଞ୍ଜରେ ମାଡ଼ ହେବ। ଏଥିପାଇଁ ଆଣ୍ଡାମାନ ଓ ନିକୋବାର ପ୍ରଶାସନ ଆବଶ୍ୟକୀୟ ପ୍ରସ୍ତୁତି ଆରମ୍ଭ କରିଦେଲାଣି। ଭାରତୀୟ ପାଣିପାଗ ବିଭାଗ(ଓଗଊ)ର ସୂଚନା ଅନୁସାରେ, ବପଙ୍ଗୋପସାଗରର ଦକ୍ଷିଣପୂର୍ବ ଓ ଦକ୍ଷିଣ ଆଣ୍ଡାମାନ ସାଗର ମଧ୍ୟରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ,ଏହି ବାତ୍ୟା ଆଣ୍ଡାମାନେ ଓ ନିକୋବାର ଦୀପ ଦେଇ ଉତ୍ତରଆଡ଼କୁ ଯିବା ନେଇ ଆଶଙ୍କା କରାଯାଉଥିବା ବେଳେ ଆଜି(ମାର୍ଚ୍ଚ) ଏହା ତୀବ୍ରତର ହେବ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତାକାଲି(ମାର୍ଚ୍ଚ ୨୧) ଏହା ବାତ୍ୟାର ରୂପ ନେଇ ଆଣ୍ଡାମାନରେ ସ୍ଥଳଭାଗ ଛୁଇଁବ।
ବାତ୍ୟା ପ୍ରଭାବରେ ମାର୍ଚ୍ଚ ୨୦ ତାରିଖରୁ ଆଣ୍ଡାମାନ ଦୀପରେ ଅଧିକାଂଶ ସ୍ଥାନରେ ହାଲ୍କା ଓ ମଧ୍ୟମ ଧରଣର ବର୍ଷା ହୋଇପାରେ। ତା ସହିତ ବିଜୁଳି ଘଡ଼ଘଡ଼ି ମାରିବାର ମଧ୍ୟ ଆଶଙ୍କା ରହିଛି। ଉଭୟ ଆଣ୍ଡାମାନ ଓ ନିକୋବାରରେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସମ୍ଭାବ୍ୟ ବାତ୍ୟାକୁ ଦେଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ଆଣ୍ଡାମାନ ଓ ନିକୋବାର ପ୍ରଶାସନ। ଭାରତୀୟ ତଟରକ୍ଷୀ ବାହିନୀ ବୋଟ ଧରି ମାଛଧରାଳିମାନଙ୍କୁ ସତର୍କ କରୁଛି। ଅଶାନ୍ତ ସମୁଦ୍ର ଭିତରକୁ ଯିବାକୁ ସେମାନଙ୍କୁ ମନା କରାଯାଉଛି। ମାର୍ଚ୍ଚ ୧୯-୨୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟନ ସମ୍ପର୍କିତ କାର୍ଯ୍ୟ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି।

Leave A Reply

Your email address will not be published.