ଆସନ୍ତା ସପ୍ତାହରୁ ବ୍ରିଟେନ୍‌, ରୁଷ୍‌ରେ ଟିକାକରଣ

174

ଲଣ୍ଡନ୍‌: ବିଶ୍ବରେ ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ୍‌ରେ ଆସନ୍ତା ସପ୍ତାହରୁ କୋଭିଡ୍‌ ଟିକାକରଣ ଆରମ୍ଭ ହେବ। ଫାଇଜର୍‌ -ବାୟୋଏନ୍‌ଟେକ୍‌ ଟିକାର ବ୍ୟବହାରକୁ ବ୍ରିଟେନ୍‌ ସରକାର ଚୂଡ଼ାନ୍ତ ଅନୁମତି ପ୍ରଦାନ କରିବା ସହିତ ଗଣ ଟିକାକରଣ ପ୍ରକ୍ରିୟା ଆରମ୍ଭ ପାଇଁ ମଧ୍ୟ ମଂଜୁରି ଦେଇଛନ୍ତି। ଅନ୍ୟପକ୍ଷରେ ରୁଷ୍‌ ମଧ୍ୟ ଆସନ୍ତା ସପ୍ତାହରୁ ସ୍ପୁଟ୍‌ନିକ-ଭି ଟିକାର ଗଣ ବ୍ୟବହାରକୁ ସ୍ବିକୃତୀ ପ୍ରଦାନ କରିଛି। ଉଭୟ ବ୍ରିଟେନ୍‌ ଏବଂ ରୁଷ୍‌ ସରକାର ଟିକାର ସଂରକ୍ଷଣ ଓ ପରିବହନ ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଛନ୍ତି। ବ୍ରିଟେନ୍‌ ସ୍ବାସ୍ଥ୍ୟ ସଚିବ ମ୍ୟାଟ୍‌ ହାନ୍‌କକ୍‌ କହିଛନ୍ତି, ଆସନ୍ତା ସପ୍ତାହରୁ ଟିକାର ଗଣ ବ୍ୟବହାର ଆରମ୍ଭ ହେବ। ଅନ୍ୟପକ୍ଷେ ଫାଇଜର୍‌ କହିଛି, ବ୍ରିଟେନ୍‌ର ଏମର୍ଜେନ୍ସି ଟିକା ବ୍ୟବହାର କରୋନା ମହାମାରୀ ଲଢ଼େଇ ବିରୋଧରେ ଏକ ଐତିହାସିକ ପଦକ୍ଷେପ। ଉଲ୍ଲେଖଯୋଗ୍ୟ, ମଡର୍ଣ୍ଣା ସହ ଫାଇଜର୍‌-ବାୟୋଏନ୍‌ଟେକ୍‌ ସେମାନଙ୍କ କୋଭିଡ୍‌ ଟିକାର ଏମର୍ଜେନ୍ସି ବ୍ୟବହାରକୁ ସ୍ବିକୃତୀ ଦେବାପାଇଁ ଆବେଦନ କରିଥିଲେ। ସେମାନଙ୍କ ଏହି ଆବେଦନକୁ ସରକାର ସ୍ବିକୃତୀ ପ୍ରଦାନ କରିଛନ୍ତି। ଫାଇଜର୍‌ ଏବଂ ବାୟୋଏନ୍‌ଟେକ୍‌ ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କ ଟିକା ଆସନ୍ତା ମାସରେ ୟୁରୋପୀୟ ରାଷ୍ଟ୍ରରେ ଆରମ୍ଭ ହେବ।

Leave A Reply

Your email address will not be published.