କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ରାଜ୍ୟ ବାହାରକୁ ଗଲା କ୍ରାଇମବ୍ରାଞ୍ଚର ଟିମ୍‌

372

ଡୁମାଣୀ ଟିଭି ,୨୪/୩ : ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ । ମାମଲାରେ ତଦନ୍ତକୁ ତ୍ୱରାନିତ ନେଇ ରାଜ୍ୟ ବାହାରକୁ କ୍ରାଇମବ୍ରାଞ୍ଚର ଏକ ଟିମ୍ ଗସ୍ତ କରିଛି । ଏହାସହିତ ଅନ୍ୟ ଏକ ଟିମ୍ ଚାନ୍ଦବାଲିରେ ଯାଇ କରୁଛି ତଦନ୍ତ । କ୍ରାଇମବ୍ରାଞ୍ଚର ଡିଏସ୍ପି କଳ୍ପନା ସାହୁଙ୍କ ନେତୃତ୍ୱରେ ଚାଲିଛି ଯାଞ୍ଚ ।
ଖବର ଅନୁଯାୟୀ, ମାନସ ସ୍ବାଇଁଙ୍କୁ ଫେବ୍ରୁଆରୀ ୭ ତାରିଖରେ ହତ୍ୟା କରାଯାଇଥିଲା । ଗୋଟିଏ ମାସ ୧୫ ଦିନ ବିତି ଗଲାଣି, ହେଲେ ଏବେ ଯାଏ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାର ପତ୍ତା ମିଳୁନି । ଦିନ ଯେତିକି ଗଡୁଛି ନୂଆ ନୂଆ ଚରିତ୍ରମାନ ଏଣ୍ଟ୍ରି ମାରୁଛନ୍ତି ଆଉ ବଦନାମ ହେଉଛନ୍ତି । ତେବେ ଏସବୁ ଭିତରେ ମାମଲାର ତଦନ୍ତ ଭାର କ୍ରାଇମ୍ବ୍ରାଞ୍ଚକୁ ଦେଇଛନ୍ତି ପୋଲିସ ଡିଜି । ଏହି ମାମଲାରେ ଜଡ଼ିତ ସମସ୍ତ କାଗଜପତ୍ର କ୍ରାଇମବ୍ରାଞ୍ଚ ହସ୍ତାନ୍ତର ହୋଇଛି ।

Leave A Reply

Your email address will not be published.