ଯୋଗୀଙ୍କ 2.0 ଭର୍ସନ ସରକାରରେ ଅପରାଧୀ ମାନେ ବେହାଲ

334

ଡୁମାଣୀ ଟିଭି ,୨୭/୩ : ଉତ୍ତର ପ୍ରଦେଶରେ ଦ୍ୱିତୀୟ ଥର ପାଇଁ ଯୋଗୀ ରାଜ୍ ଫେରିବା ପରେ ରାଜ୍ୟରେ ଅପରାଧୀମାନେ ପ୍ରମାଦ ଗଣିବା ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଦିନ କେଇଟା ହେଇନି ରାଜ୍ୟର ୫୦ ଅପରାଧୀ ଆପେ ଆପେ ଆତ୍ମସମର୍ପଣ କଲେଣି।
କଥା ସେତିକିରେ ସରିନି। ଅପରାଧୀଙ୍କ ମନରେ ଯୋଗୀଙ୍କ ଡର ଏତେ ଯେ ସେମାନେ ବେକରେ କାର୍ଡ ଝୁଲେଇ ଥାନାକୁ ଆସି ଆତ୍ମସମର୍ପଣ କରୁଛନ୍ତି। କାଳେ ତାଙ୍କୁ ଏନ୍କାଉଣ୍ଟର କରି ଦେବେ ଏଥିପାଇଁ କାର୍ଡରେ ଲେଖା ହେଇଛି ଦୟାକରି ଗୁଳି ଚଳାନ୍ତୁ ନାହିଁ, ମୁଁ ଆତ୍ମସମର୍ପଣ କରୁଛି। ଯୋଗୀ ସରକାର କାଳେ ତାଙ୍କ ଘରେ ବୁଲ୍ଡୋଜର ଚଢ଼େଇ ଦେବେ କି ଏନ୍କାଉଣ୍ଟର କରିଦେବେ ସେଇ ଭୟରେ ଅପରାଧୀମାନେ ନିଜେ ଥାନାକୁ ଆସି ଆତ୍ମସମର୍ପଣ କରୁଛନ୍ତି।

ଏନେଇ ଏଡିଜି ଲ ଆଣ୍ଡ ଅର୍ଡର ପ୍ରଶାନ୍ତ କୁମାର କହିଛନ୍ତି ଯେ ୫୦ ଅପରାଧି କେବଳ ଆତ୍ମସମର୍ପଣ କରି ନାହାଁନ୍ତି ବରଂ ଅପରାଧ ଦୁନିଆ ଛାଡ଼ିଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ୧୫ ଦିନରେ ଦୁଇ ଅପରାଧୀଙ୍କୁ ଏନ୍କାଉଣ୍ଟର ବେଳେ ଗୁଳି ବାଜିଥିବା ବେଳେ ୧୦ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟ ଆଇନ ବ୍ୟବସ୍ଥା ସୁଧାରିବା ପାଇଁ ମାଇକ୍ରୋ ପ୍ଲାନିଙ୍ଗ କରାଯାଉଛି। ଭିଜିଲାନ୍ସ ଟିମ୍କୁ ଆହୁରି ମଜଭୁତ କରାଯିବା ସହିତ ୧୧୨ ପେଟ୍ରୋଲିଂକୁ ମଜଭୁତ କରାଯାଉଛି ବୋଲି ଏଡିଜି କହିଛନ୍ତି।
ଦ୍ୱିତୀୟ ଥର ପାଇଁ ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପରେ କୁଖ୍ୟାତ ଅପରାଧି ଗୌତମ ସିଂହ ସରେଣ୍ଡର କରିଥିଲା। ଏହାପରେ ସହାରନପୁର ଜିଲ୍ଲା ଚିଲ୍କାନା ଥାନାରେ ୨୩ ଅପରାଧି ସରେଣ୍ଡର କରିଛନ୍ତି। ସେହିପରି ବେଆଇନ ମଦ କାରବାରରେ ସମ୍ପୃକ୍ତ ଥିବା ୪ ଅପରାଧି ମଧ୍ୟ ଥାନାରେ ଆତ୍ମସମର୍ପଣ କରିଛନ୍ତି ବୋଲି ଏଡିଜି ସୂଚନା ଦେଇଛନ୍ତି।

ଯୋଗୀଙ୍କ 2.0 ଭର୍ସନ ସରକାରରେ ଅପରାଧୀ ମାନେ ବେହାଲ
Leave A Reply

Your email address will not be published.