ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

191

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ସନ୍ଧ୍ୟାରେ ଉଠାଇ ନେଇଛି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଆଜି ସନ୍ଧ୍ୟା ସମୟରେ ଇଓଡବ୍ଲୁର ୮ ଜଣ ଅଧିକାରୀ ତାଙ୍କ ୟୁନିଟ-୬ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରୁ ଉଠାଇ ନେଇ ଜେରା ଆରମ୍ଭ କରିଛନ୍ତି। ମୋଟା ଅଙ୍କର ଅର୍ଥ ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚରେ ରୁଜୁ ହୋଇଥିବା ମାମଲା cyber police station case no. (26/2020),u/s 419, 420,467,468,469,471 ଏବଂ 120-B IPC r/w sec.66 c/66 D ର  IT Act 2000 ତଦନ୍ତ ପାଇଁ ତାଙ୍କୁ ଜେରା କରାଯାଉଛି। ଭୁବନେଶ୍ବର ଇଓଡବ୍ଲୁ ଅଫିସରେ ତାଙ୍କୁ ମାମଲାର ଆଇଓଙ୍କ ସମେତ ୫ ଜଣ ଅଧକାରୀ ଜେରା କରୁଛନ୍ତି। ଅନ୍ୟପଟେ ତାଙ୍କର ପତ୍ନୀ ସୁଜାତା ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି, ତାଙ୍କ ସ୍ବାମୀଙ୍କ ବିରୋଧରେ ଷଡ଼୍‌ଯନ୍ତ୍ର ହୋଇଛି। ତାଙ୍କ ସ୍ବାମୀଙ୍କ ଜୀବନ ପ୍ରତି ବିପଦ ରହିଛି। ସେ କେଉଁଠି ଅଛନ୍ତି ମୋତେ ଜଣାଯାଉ। ତାଙ୍କର ଯଦି କିଛି ହିୁଏ ତେବେ ସେଇମାନେ ହିଁ ଦାୟୀ ରହିବେ ଯେଉଁମାନେ ମୋ ସ୍ବାମୀକୁ ଫସାଇ ଦେଇଛନ୍ତି।

Leave A Reply

Your email address will not be published.