ବଲିଉଡ୍‌ର ଦାମୀ ଅଭିନେତ୍ରୀ ଆଲିଆ ଭଟ୍ଟ

215

ଗଙ୍ଗୁବାଇ କାଠିଆଓ୍ଵାଡ଼ି ଓ ଆର.ଆର.ଆର ପରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବଢିଯାଇଛି କ୍ରେଜ୍‌ । ସବୁଠି କେବଳ ଆଲିାାଙ୍କୁ ନେଇ ଚର୍ଚ୍ଚା । ତାଙ୍କର ଏହି ଦୁଇଟି ଫିଲ୍ମ ସୁପରହିଟ୍‌ ହୋଇଛି। ଫଳରେ ଆଲିଆଙ୍କ ଦବ୍‌ଦବା ଇଣ୍ଡଷ୍ଟ୍ରୀରେ ଆକାଶଛୁଆଁ ହୋଇଛି। ଏହି ବଡ଼ ସଫଳତା ପରେ ଏବେ ଆଲିଆ ବନି ଯାଇଛନ୍ତି ବଲିଉଡ୍‌ର ହାଇଏଷ୍ଟ ପେଡ୍‌ ସେଲିବ୍ରିଟି ଅର୍ଥାତ୍‌ ଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ନିକଟରେ ସାମ୍ନାକୁ ଆସିଥିବା ସେଲିବ୍ରିଟି ବ୍ରାଣ୍ଡ୍‌ ଭ୍ୟାଲ୍ୟୁଏସନ୍‌ ରିପୋର୍ଟ ମୁତାବକ, ଆଲିଆଙ୍କ ନାଁ ଏବେ ଟପ୍‌ ପେଡ୍‌ ଆକ୍ଟର୍ସରେ ସାମିଲ ହୋଇଛି। ଏହି ରିପୋର୍ଟରେ ଆଲିଆ ଭଟ୍ଟଙ୍କ ସହ ଆଉ କିଛି ସେଲିବ୍ରିଟି ବି ସାମିଲ ହୋଇଛନ୍ତି। କିନ୍ତୁ ଆଲିଆଙ୍କ ନାମ ଶୀର୍ଷରେ ରହିଛି ।

ସେଲିବ୍ରିଟି ବ୍ରାଣ୍ଡ୍‌ ଭ୍ୟାଲ୍ୟୁଏସନ୍‌ ରିପୋର୍ଟରେ ଆଲିଆ ଭଟ୍ଟଙ୍କୁ ୨୦୨୧ ମସିହାର ସବୁଠୁ ଦାମୀ ହିରୋଇନ୍‌ ବୋଲି କୁହାଯାଇଛି। ଆଲିଆ ଭଟ୍ଟଙ୍କ ବଢ଼ୁଥିବା ଲୋକପ୍ରିୟତା, ଅଭିନୟ ଓ ବ୍ରାଣ୍ଡ୍‌ ଏଣ୍ଡୋର୍ସମେଣ୍ଟ ତାଙ୍କୁ ଏହି ତାଲିକାର ଟପ୍‌ରେ ପହଞ୍ଚାଇଛି। କାମ କଥା କହିବା ତ ଆଲିଆ ଭଟ୍ଟଙ୍କୁ ନିକଟରେ ସଞ୍ଜୟଲୀଲା ଭଂସାଲୀଙ୍କ ଫିଲ୍ମ ଗଙ୍ଗୁବାଇ କାଠିଆୱାଡ଼ିରେ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିଥିଲା।
ହେଲେ ତାଙ୍କର ଅଭିନୟ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିଲା। ସେହିପରି ଏସ୍‌ଏସ୍‌ ରାଜାମୌଲୀଙ୍କ ଫିଲ୍ମ ଆର୍‌ଆର୍‌ଆର୍‌ରେ ଆଲିଆ ଭଟ୍ଟଙ୍କ ଛୋଟ ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ସମସ୍ତଙ୍କୁ ଖୁବ୍‌ ପସନ୍ଦ ଆସିଛି। ଆଗକୁ ଆଲିଆଙ୍କୁ ବ୍ରହ୍ମାସ୍ତ୍ର, ରକି ଔର ରାନୀ କି ପ୍ରେମ କାହାଣୀ ଭଳି ବିଗ୍‌ ବଜେଟ୍‌ ଫିଲ୍ମରେ ଦେଖିବାକୁ ମିଳିବ। ଏହି କାରଣରୁ ଏବେ ଆଲିଆ ନିଜ ପାରିଶ୍ରମିକ ବଢ଼ାଇ ଦେଇଛନ୍ତି

ବଲିଉଡ୍‌ର ଦାମୀ ଅଭିନେତ୍ରୀ ଆଲିଆ ଭଟ୍ଟ
Leave A Reply

Your email address will not be published.