ଦିନେ ଜୋତା ପିନ୍ଧାଉଥିଲେ ଆଜି IAS ଅଫିସର ଶୁଭମ ଗୁପ୍ତା
ଡୁମାଣୀ ଟିଭି,୨/୪ : ମୋ ବାପା ଜଣେ ବ୍ୟବସାୟୀ ଥିଲେ। ଏଥିପାଇଂ ତାଙ୍କୁ ଅନେକ ସମୟ କଲେକ୍ଟରଙ୍କ ପାଖରେ କାମ ପଡୁଥିଲା। ଜଣେ କଲେକ୍ଟର ତାଙ୍କୁ ବାରମ୍ବାର ଅଫିସରେ ଦେଖା କରିବାକୁ ଡାକୁଥିଲେ। ବାପା ଦିନ ତମାମ ତାଙ୍କ ଅଫିସ୍ ବାହାରେ ଅପେକ୍ଷା କରୁଥିଲେ। କିନ୍ତୁ ଅଫିସର ଜଣଙ୍କ ତାଙ୍କୁ ଶେଷରେ ଦେଖାନକରି ଫେରାଇ ଦେଉଥିଲେ। ବାପା ନିରାଶ ହୋଇ ଘରକୁ ଫେରୁଥିଲେ। ସେ ସମୟରେ ଦିନେ ବାପା ମତେ କହିଲେ, ପୁଅ ତୁ ବଡ ହୋଇ କଲେକ୍ଟର ହେବୁ। ଭଲ କଲେକ୍ଟର। ଯିଏ ଲୋକଙ୍କ ସମସ୍ୟା ବୁଝୁଥିବ, ତାଙ୍କୁ ହଇରାଣ କରୁନଥିବ। ସେତେବେଳେ ମତେ ୧୦ବର୍ଷ ହୋଇଥିଲା। ସେବେଠୁ ମୋ ମନରେ ଜନ୍ମ ନେଇଥିଲା ଓଇଝ ହେବାର ସ୍ବପ୍ନ।
ଏମିତି କିଛି କହିଛନ୍ତି IAS ଅଫିସର ଶୁଭମ ଗୁପ୍ତା। ଦିନେ ଜୋତା ଦୋକାନରେ କାମ କରୁଥିଲେ ଶୁଭମ। ଗ୍ରାହକଙ୍କ ଗୋଡରେ ଜୋତା ପିନ୍ଧାଉଥିଲେ। ମାଲ୍ ବୋହି ଦୋକାନରେ ରଖୁଥିଲେ। ଆଜି ସେ ଜଣେ ବଡ ଅଫିସର। ସମ୍ମାନଜନକ IAS ପଦବୀର ଅଧିକାରୀ। ୨୦୧୮ରେ ୟୁପିଏସସିରେ କୃତକାର୍ଯ୍ୟ ହୋଇଛନ୍ତି ଶୁଭମ। ଏହି ସଫଳତା ପାଇବା ପାଇଁ ସେ ଢେର୍ ପରିଶ୍ରମ କରିଛନ୍ତି। ଦୃଢ ଇଚ୍ଚା ଶକ୍ତି ଏବଂ ନିଷ୍ଠାର ସହ ପରିଶ୍ରମ ତାଙ୍କୁ ଭେଟି ଦେଇଛି ସଫଳତା। ଏବେ ସେ ମହାରାଷ୍ଟ୍ର ଗଡଚିରୋଲିରେ କଲେକ୍ଟର ଅଛନ୍ତି।
ଜୟପୁରରେ ଜନ୍ମିତ ଶୁଭମଙ୍କ ବାପା ଜଣେ ବ୍ୟବସାୟୀ। ସେ ୭ମ ପର୍ଯ୍ୟନ୍ତ ରାଜସ୍ଥାନରେ ପଢିଛନ୍ତି। ଏହାପରେ ପରିବାରର ଆର୍ଥିକ ସମସ୍ୟା ପାଇଁ ସେ ପରିବାର ସହ ଗୁଜୁରାଟର ଭାପିକୁ ଚାଲିଆସିଥିଲେ।ସେଠାରେ ସେ ୮ମରୁ ଦ୍ୱାଦଶ ପର୍ଯ୍ୟନ୍ତ ପଢିଛନ୍ତି। ଶୁଭମଙ୍କ ଘର ପାଖରୁ ତାଙ୍କ ସ୍କୁଲ୍ ୮୦ କିଲୋମିଟର ଥିଲା। ପ୍ରତିଦିନ ଭୋର ୫ଟାରୁ ଟ୍ରେନ୍ରେ ସ୍କୁଲ୍ ଯାଉଥିଲେ ଶୁଭମ। ଭାପିରେ ଶୁଭମଙ୍କ ବାପା ଗୋଟେ ଜୋତା ଦୋକାନ ଖୋଲିଥିଲେ। ପାଠ ପଢା ସହ ଶୁଭମ ଜୋତା ଦୋକାନରେ ତାଙ୍କ ବାପାଙ୍କୁ ସାହାଯ୍ୟ କରୁଥିଲେ। ଲୋକଙ୍କୁ ଜୋତା ଦେଖାଉଥିଲେ। ସମୟ ବାହାର କରି ସେହି ଜୋତା ଦୋକାନରେ ବହି ଖୋଲି ପଢୁଥିଲେ।
ଦ୍ବାଦଶ ପରେ ଶୁଭମ ଦିଲ୍ଲୀ ଯୁନିଭରସିଟିରେ BCom ଏବଂ MCom କଲେ। ଏହାପରେ ସେ ୨୦୧୫ରେ ୟୁପିଏସ୍ସି ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ୨୦୧୮ରେ ସେ ଏଥିରେ କୃତକ୍ୟା୍ୟ ହେଲେ।
ଶୁଭମ ତାଙ୍କ କାର୍ଯ୍ୟକାଳ ଭିତରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି। ମହାରାଷ୍ଟ୍ର ଜଲଗାଓର ୧୧୩ଟି ସ୍କୁଲ୍ରେ ୱାଇ ଫାଇର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଢେର୍ ପ୍ରଶଂସା ମିଳିଛି। ଶୁଭମ ତାଙ୍କ ବାପାଙ୍କ ସୁନା ପୁଅ ଆୁ ତାଙ୍କ କଥା ରଖି ଭଲ କଲେକ୍ଟର।