ସକାଳୁ ସକାଳୁ ଭାଙ୍ଗିଲା ବିଏମସି ଗଣେଷ ମଣ୍ଡପ ହାଟ ସହ ବିଭିନ୍ନ ଢାବାକୁ ଭଙ୍ଗା ଯାଇଛି

228

ଡୁମାଣୀ ଟିଭି,୮/୪ :ପୌର ନିର୍ବାଚନ ସରିଲା ପରେ ଏବେ ଆକ୍ଟିଭ ହେଇଛି ବିଏମସି । ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ବିଜେଡି ମେୟର ସୁଲୋଚନା ଦାସ ନିର୍ବାଚିତ ହେବା ପରେ ରାଜଧାନୀକୁ ହାତୋଇଛି ବିଜୁ ଜନତା ଦଳ । ତଥାପି କିଛି ସ୍ୱାଧିନ ଓ ବିଜେପି ପ୍ରାର୍ଥ ନିର୍ବାଚନରେ ବାଜିମାତ କରିଛନ୍ତି । ଯଦିଓ ସ୍ୱାଧିନ କର୍ପୋରେଟର ମାନେ ବିଜେଡିକୁ ଯିବା ପାଇ ମାନ ବଳାଉଛନ୍ତି ବିଜେପି କର୍ପୋରେଟର ମାନେ ଏକାଠି ରହିଛନ୍ତି ।

ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରିବା ପାଇ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାଜଧାନର ବିଭିନ୍ନ ସ୍ଥାନରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି ।ଆଜି ସକାଳୁ ସକାଳୁ ଝାରପଡା ସ୍ଥିତ ଗଣେଷ ମଣ୍ଡପ ନିକଟ ହାଟକୁ ବିଏମସି ଭାଙ୍ଗି ଦେଇଛି । ଏହି ହାଟରେ ପ୍ରାୟ ୫୦୦ ବ୍ୟବସାୟୀ ବ୍ୟବସାୟ କରୁଥିଲେ । କୌଣସି ସୂଚନା ନଥାଇ ଏହାକି ଭଙ୍ଗା ଯାଇଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି । ଏହା ବିରୋଧରେ ଭୁବନେଶ୍ୱର ବିଜେପି ତରଫରୁ ଲକ୍ଷ୍ମୀ ସାଗର ଛକରେ ରାସ୍ତାରୋକ କରାଯାଇଥିବା ବେଳେ ପୋଲିସ ପହଞ୍ଚି ଆନ୍ଦୋଳନ କାରୀଙ୍କୁ ଗିରଫ କରିନେଇଥିଲା । ବିଏମସି ଓ ବିଡିଏ ଉଭୟ ଏହି ଉଚ୍ଛେଦ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ଏହି ପରିପେକ୍ଷରେ କିଛି ଦିନ ପୂର୍ବରୁ କଳିଙ୍ଗ ଷ୍ଟାଡିୟମ ପାଶ୍ୱସ୍ତ ମହିମା ଢାବାକୁ ଭଙ୍ଗା ଯାଇଥିବା ବେଳେ,ଝାରପଡା ସ୍ଥିତ ବାବର୍ଚି ଫାଷ୍ଟଫୁଡକୁ ଭଙ୍ଗା ଯାଇଥିଲା । ମହିମା ଢବାର ମାଲିକାଣି ସ୍ୱାଧିନ ପ୍ରାର୍ଥ ଭାବେ ଉକ୍ତ ୱାର୍ଡ ରୁ ଜିତିଥିବା ବେଳେ ଝାରପଡାରୁ ବିଜେପି ପ୍ରାର୍ଥନୀ ଜିତିଛନ୍ତି । ଫଳରେ ଆକ୍ରୋଷ ମନଭାବ ରଖି ଏଭଳି ଭଙ୍ଗ ଯାଇଛି ବୋଲି ଅଭିଯୋଗ ହୋଇଥିଲା । ଏହି ଭଙ୍ଗା ଭଙ୍ଗିକୁ ନେଇ ବିଜେଡି ଓ ବିଜେପି ମଧରେ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ସାଧରଣ ନାଗରିକ ଅସୁବିଧାରେ ପଡୁଛନ୍ତି ।

ସକାଳୁ ସକାଳୁ ଭାଙ୍ଗିଲା ବିଏମସି ଗଣେଷ ମଣ୍ଡପ ହାଟ ସହ ବିଭିନ୍ନ ଢାବାକୁ ଭଙ୍ଗା ଯାଇଛି
Leave A Reply

Your email address will not be published.