ଯୁଦ୍ଧରେ ସଫଳତା ପାଇ ନୂଆ ଆର୍ମି କମାଣ୍ଡ ନିଯୁକ୍ତ କଲେ ପୁଟିନ
ଡୁମାଣୀ ଟିଭି,୯/୪: ଯୁଦ୍ଧରେ ଜିତିବା ପାଈ କିଛିବି କରିବାକୁ ପ୍ରସ୍ତୁତ ଅଛନ୍ତି ପୁଟିନ ସରକାର । ହାରିବାକୁ ବିଲକୁଲ ନାରାଜ ଅଛନ୍ତି ରାଷ୍ଟ୍ରପତି ପୁଟିନ । ନୂଆ ଆର୍ମି କମାଣ୍ଡ ନିଯୁକ୍ତ କଲେ ପୁଟିନ। ମେ ୯ ସୁଦ୍ଧା ୟୁକ୍ରେନ ଯୁଦ୍ଧରେ ସଫଳତା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ। ତେଣୁ ନୂଆ ଆର୍ମି କମାଣ୍ଡ ନିଯୁକ୍ତ କରିଛନ୍ତି ପୁଟିନ। ଜେନେରାଲ ଆଲେକଜାଣ୍ଡର ଦୋଭରନିକୋଭ ଆର୍ମିର ନେତୃତ୍ୱ ନେବେ । ସିରିୟା ଯୁଦ୍ଧରେ ତାଙ୍କ ଅଭିଜ୍ଞତା ରହିଛି।
ଏପର୍ଯ୍ୟନ୍ତ ୟୁକ୍ରେନ ଯୁଦ୍ଧରେ ୧୯ହଜାରରୁ ଅଧିକ ସୈନ୍ୟ ହରାଇସାରିଲାଣି ରୁଷ। ଏପରିକି ୮୦ ପ୍ରତିଶତରୁ ଅଧିକ ରୁଷ ସୈନ୍ୟ ଯୁଦ୍ଧ ଲଢିବାକୁ ମନା କରୁଛନ୍ତି। ତେଣୁ ସୈନ୍ୟମାନଙ୍କ ଇସ୍ତଫା ପତ୍ର ଗ୍ରହଣ କରୁନାହାନ୍ତି ଆର୍ମି ଚିଫ। ଏପରିକି ଯେଉଁମାନଙ୍କ ଚୁକ୍ତି ସମୟ ସରିଛି, ସେମାନଙ୍କୁ ମଧ୍ୟ ଛଡାଯାଉନି। ତେଣୁ ଆଗକୁ ନୂଆ ରଣନୀତି ନେଇ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ପୁଟିନ।