ରେକର୍ଡ କଲା ‘ଚିନୁକ୍’ ହେଲିକାପ୍ଟର ଉଡିଲା ୧୯୧୦କିଲୋମିଟର

208

ଡୁମାଣୀ ଟିଭି,୧୨/୪:ଭାରତୀୟ ବାୟୁସେନାର ଚିନୁକ ହେଲିକପ୍ଟର କଲା ରେକର୍ଡ । ଚଣ୍ଡିଗଡରୁ ଆସାମର ଜୋରହାଟ ପର୍ଯ୍ୟନ୍ତ ସାଢେ ୭ ଘଣ୍ଟା ବିନା ବ୍ରେକ୍ ରେ ଉଡିଲା । ଏପର୍ଯ୍ୟନ୍ତର ଏହା ନରହି ସବୁଠୁ ଦୀର୍ଘ ସମୟ ଉଡାଣ । ଏ ନେଇ ଡିଫେନ୍ସ ଅଫିସର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଏହି ସମୟରେ ଚିନୁକ ୧୯୧୦ କିଲୋମିଟର ଉଡାଣ ଭରିଛି । ହେଲିକାପ୍ଟରର କ୍ଷମତା ସହ ଭାରତୀୟ ବାୟୁସେନାର ପରିଚାଳନା ଯୋଜନା ଏବଂ କ୍ରିୟାନ୍ବୟନ ଦ୍ବାରା ଏହା ସମ୍ଭବ ହୋଇପାରିଛି ।

ଏହାକୁ ନେଇ ପ୍ରତିରକ୍ଷା ବିଭାଗର ଜଣେ ପ୍ରବକ୍ତା ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବାୟୁସେନାର ଚିନୁକ ହେଲିକାପ୍ଟର ଚଣ୍ଡିଗଡରୁ ଜୋରହାଟ ମଧ୍ୟରେ ନରହି ସବୁଠୁ ଦୀର୍ଘ ସମୟ ଉଡାଣ ଭରିଛି । ହେଲିକାପ୍ଟର ୧୯୧୦ କିଲୋମିଟର ଉଡାଣ ୭ ଘଣ୍ଟା ୩୦ମିନିଟ୍ ରେ ଶେଷ କରିଛି ।

ସୂଚନାଯୋଗ୍ୟ ଯେ, ଚିନୁକ ହେଲିକାପ୍ଟରର ବ୍ୟବହାର ଅନେକ କାମରେ ବ୍ୟବହାର କରାଯାଇଥାଏ । ଏହା ମାଧ୍ୟମରେ ସୈନିକ, ଅସ୍ତ୍ରଶସ୍ତ୍ର, ଇନ୍ଧନ ଆଦିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇଥାଏ । ସେହିଭଳି ବିପର୍ଯ୍ୟୟ ସମୟରେ ମଧ୍ୟ ରିଲିଫ୍ ଏବଂ ଉଦ୍ଦାର ପାଇଁ ଏହି ହେଲିକାପ୍ଟର ସାହାଯ୍ୟ କରିଥାଏ । ଏହି ହେଲିକାପ୍ଟର ୯.୬ ଟନ୍ ଓଜନ ସହଜରେ ଉଠାଇପାରିବ । ଭାରତ ଆମେରିକାଠାରୁ ଏହି ହେଲିକାପ୍ଟର କ୍ରୟ କରିଥିଲା । ବର୍ତ୍ତମାନ ଦେଶରେ ୧୫ଟି ଚିନୁକ ହେଲିକାପ୍ଟର ରହିଛି ।

Leave A Reply

Your email address will not be published.